ଭିଜିଲାନ୍ସ ଜାଲରେ ଏମକେସିଜି ହସପିଟାଲର କନିଷ୍ଠ କିରାଣୀ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ।

0
961

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ଭିଜିଲାନ୍ସ ଜାଲରେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର କନିଷ୍ଠ କିରାଣୀ ଅଜିତ କୁମାର ସାହୁ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ହୋଇଛି ଏହି ଚଢାଉ।ଆଜି ଭୋର ସମୟରୁ ଏକା ସାଙ୍ଗରେ ୫ଟି ସ୍ଥାନରେ ହୋଇଛି ଚଢାଉ।
ଖୋଡାସିଙ୍ଗି କଳିଙ୍ଗନଗର ସ୍ଥିତ ଶିବ ପଦ୍ମା ଆପାର୍ଟମେଂଟରେ ଥିବା ଡୁପ୍ଲେକ୍ସ କୋଠା, ଗଜପତି ନଗର-୭ମ ଲାଇନରେ ଥିବା ୩ମହଲା ଘର ଓ ଦୋକାନ, ଲାଞିପଲ୍ଲି ସ୍ଥିତ ୩ମହଲା ଘର, ଏମକେସିଜି ମେଡିକାଲ କଲେଜ ହସପିଟାଲ ପରିସରରେ ଥିବା କାର୍ଯ୍ୟାଳୟ ସମେତ ଲାଞିପଲ୍ଲି ସ୍ଥିତ ଚନ୍ଦନା ଟ୍ରେଡସ ନାମକ ସିମେଣ୍ଟ ଗୋଦାମ ଉପରେ ଭିଜିଲାନ୍ସର ଚଢାଉ ହୋଇଛି। ଅଜିତ କୁମାର ସାହୁଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ, ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ସର୍ଚ୍ଚ ଓ୍ବାରଣ୍ଟ ବଳରେ ଭିଜିଲାନ୍ସ ବିଭାଗ ଏହି ଚଢାଉ ହୋଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ କେଶ ନଂ-୪/୧୯ ମାମଲା ରୁଜୁ ହୋଇଛି।
ତେବେ କିରାଣୀ ଅଜିତ ସାହୁ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ ଓ ସେଥିରୁ ସେ କେତେ ସମ୍ପତି ଅସାଧୁ ଉପାୟରେ ଠୁଳ କରିଛନ୍ତି ତାହା ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନାହିଁ। ଚଢ଼ାଉ ଶେଷ ପରେ ଏନେଇ ତାଲିକା ପ୍ରକାଶ କରାଯିବ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସ ପି ମାୟାଧର ସ୍ଵାଇଁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here