ଆସ୍କା ବସ ଷ୍ଟାଣ୍ଡରେ ସନ୍ଦେହ ଜନକ ଯୁବକଙ୍କ ଠାରୁ ଗଞ୍ଜେଇ ଜବତ;୬ ଗିରଫ

0
432

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଆସ୍କା ବସ ଷ୍ଟାଣ୍ଡ ନିକଟରେ ଗତକାଲି ଅର୍ଥାତ ଅକଟୋବର 11ତାରିଖ ଦିନ 11.30ମିନିଟ ସମୟରେ ଛଅ ଜଣ ଯୁବକ ସନ୍ଦେହ ଜନକ ଭାବେ ଏକ ସିମେଣ୍ଟ ଚେୟାର ରେ ବସିଥିଲେ |ଆସ୍କା ପୋଲିସ ଏସ ଆଇ ବିଶ୍ୱଜିତ ନାୟକ ଓ ଏ ଏସ ଆଇ ଦାମୋଦର ଦେହୁରୀ ଦିବା ପେଟ୍ରୋଲିଙ୍ଗ କରୁଥିବା ସମୟରେ ସନ୍ଦେହ ଜନକ ଭାବେ ବସିଥିବା ଯୁବକଙ୍କ ଠାରୁ ଛଅଟି ପ୍ଲାଷ୍ଟିକ ବ୍ୟାଗ ରେ ଗଂଜେଇ ଭର୍ତ୍ତି ବ୍ୟାଗ ଜବତ କରିଥିଲା | ସମସ୍ତ ଯୁବକ ମୋହନା, ଗଜପତି ଅଞ୍ଚଳରୁ ଗଂଜେଇ ଆଣି ଭୁବନେଶ୍ୱର ଦେଇ ସୁରଟ ଚାଲାଣ କରିବା ଉଧେଶ୍ୟ ରେ ଆସ୍କା ବସ ଷ୍ଟାଣ୍ଡ ରେ ବସ ଅପେକ୍ଷା ରେ ଥିଲେ | କୌଣସି ସୂତ୍ରରୁ ଖବର ପାଇ ଆସ୍କା ପୋଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 134 କେ.ଜି ଗଂଜେଇ ଭର୍ତ୍ତି ବ୍ୟାଗ ସହ 5000ଟଙ୍କା ଏବଂ 4ଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଛି |ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ କବିସୂର୍ଯ୍ୟନଗର ଅନ୍ତର୍ଗତ ବଡ଼ମହୁରୀ ଗ୍ରାମର ପ୍ରବାସୀ ଗୌଡ଼(25)ପିତା-ବାଞ୍ଛା ଗୌଡ଼, ବିଶ୍ୱନାଥ ସାହୁ(27)ପିତା-ରାମ ସାହୁ, ଟୁନା ଗୌଡ଼(40)ପିତା-ବନମାଳୀ ଗୌଡ଼, ଶେରଗଡ଼ ଥାନା ଅନ୍ତର୍ଗତ ବଡ଼ଗଡ଼ ଗ୍ରାମର ସାଇବା ଗୌଡ଼(28)ପିତା-ବୁଦ୍ଧିଆ ଗୌଡ଼, ଜିତୁ ଗୌଡ଼(23)ପିତା-ଗୁରା ଗୌଡ଼, ନିରାକାର ଗୌଡ଼(22)ପିତା-ତ୍ରିନାଥ ଗୌଡ଼ |ଆସ୍କା ଏସ ଡି ପି ଓ ସୂର୍ଯ୍ୟମଣି ପ୍ରଧାନଙ୍କ ନିର୍ଧେସ କ୍ରମେ ଗିରଫ ବ୍ୟକ୍ତି ମାନଙ୍କୁ 530/20 ରେ ମାମଲା ରୁଜୁ କରାଯାଇ ଆଇ ପି ସି 20ବି(II)(ସି)ଏନ ଡ଼ି ପି ଏସ ଆକ୍ଟ ଅନୁସାରେ ଆଜି ଛଅ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆସ୍କା ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here