ରାୟଗଡ ବନ ବିଭାଗ ଦ୍ୱାରା ୬୦ ହଜାର ଟଙ୍କାର ୮୬ଟି ଶାଗୁଆନ କାଠପଟା ଜବତ, ଜଣେ ଗିରଫ

0
711

ରାୟଗଡ (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ରାୟଗଡ ରେ ଏକ ମହେନ୍ଦ ପିକ୍ଅପ୍ ଭ୍ୟାନରେ ବେଆଇନ ଭାବେ କାଠପଟା ଚୋରାଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଭ୍ୟାନଟିକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି ଏବଂ ଉକ୍ତ ଭ୍ୟାନରୁ ୨୧.୨୫ ଘନଫୁଟ ବିଶିଷ୍ଠ ୮୬ଟି ସାଗୁଆନ କାଠପଟା ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୫୦ରୁ ୬୦ହଜାର ଟଙ୍କା ମଧ୍ୟରେ ହେବ ବୋଲି ବିଭାଗ ଅନୁମାନ କରିଛି ।
ଗିରଫ ଡ୍ରାଇଭର ଜଣକ ହେଲେ ଶେଷଖାଲ ଥାନା ଅନ୍ତର୍ଗତ ଅତଡା ଗ୍ରାମର ବୈକୁଣ୍ଠ ଆରିକା । ରାୟଗଡ ସେକ୍ସନର ଫରେଷ୍ଟର ଡମ୍ବୁରୁଧର ନାୟକଙ୍କ ସମେତ କେରଡା ଫରେଷ୍ଟଗାର୍ଡ ମୂରଲିଧର ରାଉତ, ଜେମାଦେଇପେଣ୍ଠ ଫରେଷ୍ଟଗାର୍ଡ ପଂଚାନନ ସାହୁ ଓ ପାରା ଷ୍ଟାଫ ବଳରାମ ସ୍ୱାଇଁ ପ୍ରମୁଖ ପିକଅପ୍ ଭ୍ୟାନଟିକୁ ରାୟଗଡ ସହର ଠାରୁ ୫କିଲୋମିଟର ଦୂର ପିତାମହଲ ଠାରେ ଅଟକାଇ ଯାଂଚ କରାଯାଇ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here