ଜୁଆ ଆଡ୍ଡା ଉପରେ ଚଢ଼ାଉ; ୯ ଜୁଆଡି ଗିରଫ

0
473

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) ରଜ ପର୍ବ ପାଳନ ବେଳେ ଜୁଆ ଆଡା ଉପରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ ହେବା ସହ ୮ଟି ମୋଟର ସାଇକେଲ, ୮ଟି ମୋବାଇଲ ଫୋନ ସହ ୪୪ ହଜାର ୨ ଶହ ଟଙ୍କା ଜବତ କଲା ଖଲ୍ଲିକୋଟ ପୋଲସ୍ । ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ରଜପର୍ବ ନିଜ ପରିବାର ସହିତ ପାଳନ କରିବା ପାଇଁ ଜିଲ୍ଲା ପ୍ରସାଶନର ନିର୍ଦ୍ଦେଶ ଥିବା ବେଳେ ଏହାକୁ ଖାତିରି ନକରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମପଞ୍ଚାୟତର ପଥରକଟା ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାରେ ଜୁଆ ଖେଳ ଚାଲିଥିବା ଖବର ପାଇ ଖଲ୍ଲିକୋଟ ପୋଲିସ୍ ଅତର୍କିତ ଭାବେ ଚଢ଼ାଉ କରିଥିଲା । ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ଟି ମୋଟର ସାଇକେଲ, ୮ ଟି ମୋବାଇଲ ଫୋନ, ୪୪ ହଜାର ୨ ଶହ ଟଙ୍କା ଓ ଛଅ କାଟା ତାସ ଜବତ କରିଛି । ଗିରଫ ବ୍ୟକ୍ତି ମାନଙ୍କୁ କେସ ନମ୍ବର ୨୨୯/୨୦ ଵଆଧାରରେ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ବେଳେ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା, ଏସ୍.ଆଇ. ସିଲୁ ଧଳ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here