ଶ୍ରମ ମନ୍ତ୍ରୀ ଦୁଇ ଗ୍ରାମକୁ ଯିବା ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ

0
263

ବୁଗୁଡା:ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କୁଆନଳା ଗ୍ରାମକୁ ଅକ୍ଟୋବର ୭ ତାରିଖ ଦିନ ରାଜ୍ୟ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିବା ଜଣାପଡିଛି। ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ କୁଆନଳା ଜନସାଧାରଣ ଗ୍ରାମକୁ ପାଛୋଟି ନେଇଥିଲେ। କୁଆନଳା ଗ୍ରାମରେ ପହଞ୍ଚି ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଲୋକମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ। ଏଥିସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁଙ୍କ ସହ ସୁନୀଲ କୁମାର ପାଢ଼ୀ, ସୁରେନ୍ଦ୍ର ବରାଡ଼ଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସେହିପରି ବୁଗୁଡା ବ୍ଲକର ମହୁଲପଲ୍ଲୀ ଗ୍ରାମକୁ ଅକ୍ଟୋବର ୮ ତାରିଖ ଦିନ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ବିପଦର ବନ୍ଧୁ ଭାବେ ପରିଚିତ ଥିବା ବେଳେ ଅକ୍ଟୋବର ୮ ତାରିଖ ଦିନ ବୁଗୁଡା ବ୍ଲକର ସୁନାକେରା ଗ୍ରାମକୁ ଯାଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ସୁନାକେରା ଗ୍ରାମର ରଞ୍ଜନ ଜେନା (୩୦) କେରଳ ରାଜ୍ୟର ପାଇକୁନ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ କେରଳରୁ ସ୍ବର୍ଗତ ରଞ୍ଜନ ଙ୍କ ମର ଶରୀରକୁ ନିଜ ଗ୍ରାମକୁ ଆଣିବା ପାଇଁ ବ୍ୟବସ୍ଥା କରାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here