ଗଜାନନ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ଇନ୍ଦିରାବାସ ଦଳ ବିଜୟୀ

0
227

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟଲକ୍ଷ୍ମୀ ନାରାୟଣପୁର ଖେଳପଡିଆ ଠାରେ ରବିବାର ଦିନ ଗଜାନନ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଗଜାନନ ୟୁଥ୍ କ୍ଳବ ପକ୍ଷରୁ ଆୟୋଜିତ ଉଦଘାଟନ ଉତ୍ସବରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଗଡଗୋବିନ୍ଦପୁର ସରପଞ୍ଚ ରଞ୍ଜନ କୁମାର ସାହୁ , ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ , ଗୈାଡ ଗାଁ ସରପଞ୍ଚ ପ୍ରତିନିଧି ଆଦିତ୍ୟ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ଜ୍ୟୋତି ସେଠୀ , ଜକର ସମବାୟ ସମିତି ସଭାପତି ରାମେଶ୍ବର ପାଣିଗ୍ରାହୀ , ସ୍ଥାନୀୟ ପୂର୍ବତନ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ସାହୁ ପ୍ରମୁଖ ମଞ୍ଚାସୀନ ରହି ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଦୀପ ପ୍ରଜ୍ବଳନ କରି କ୍ରୀଡା ଉତ୍ସବର ଶୁଭାରମ୍ଭ କରିଥିଲେ । ଆଜିକାର ଉଦଘାଟନୀ ମ୍ୟାଚରେ ଗୁଣ୍ଡୁରୁଗୁଡା ଓ ଇନ୍ଦିରା ବାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇନ୍ଦିରା ବାସ ଦଳ ୨-୦ ସେଟରେ ବିପକ୍ଷ ଟିମକୁ ପରାସ୍ତ କରିଥିବା ଜଣାପଡ଼ିଛି । ଆଜିକାର ଏହି ମ୍ଯାଚରେ ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ପାଣିଗ୍ରାହୀ ଖେଳ ପରିଚାଳନା କରିଥିବା ବେଳେ କ୍ଳବ ସଭାପତି ପ୍ରସନ୍ନ ଜେନା , ସଂପାଦକ ଅର୍ଜୁନ ନାୟକ , କୋଷାଧ୍ୟକ୍ଷ ବାଳେଶ୍ବର ବଳିୟାର ସିଂ , ଉପସଭାପତି ଚିତ୍ରସେନ ବଳିୟାର ସିଂ , ହରିକୃଷ୍ଣ ଚୌଧୁରୀ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here