ଘୁମୁସର ଦକ୍ଷିଣ ବନଖଣ୍ଡ ଦ୍ୱାରା ୬୮ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ

0
341

ଭଞ୍ଜନଗର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଘୁମୁସର ଦକ୍ଷିଣ ବନଖଣ୍ଡ ତରଫରୁ କାର୍ଯ୍ୟାଳୟ ସଭାଗୃହ ଠାରେ ୬୮ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ-୨୦୨୨ର ଶୁଭାରମ୍ଭ ହୋଇଛି।ଏହା ଆସନ୍ତା ୮ତାରିଖରେ ସମାପ୍ତ ହେବ।ପ୍ରଥମ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଦିଲିପ କୁମାର ରାଉତ, ସମ୍ମାନିତ ଅତିଥି ରୂପେ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସ୍ୱାଇଁ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି, ଅନୁପମ ବାନାର୍ଜୀ, ବିଭୁତି ଭୂଷଣ ଜେନା ମଞ୍ଚରେ ଉପସ୍ଥିତ ଥିଲେ।ଅଶୋକ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଘୁମୁସର ଦକ୍ଷିଣ ବନଖଣ୍ଡରେ ବିରଳ କୃଷ୍ଣସାର ମୃଗ,ଜାତୀୟ ପକ୍ଷୀ ମୟୁର ଓ ମଧୁର ଜଳ କଇଁଛ ଶୋଭା ବର୍ଦ୍ଧନ କରୁଥିବା ବେଳେ ଅନ୍ୟାନ୍ୟ ସମସ୍ତ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ସହ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରି ପାରିଲେ ସମଗ୍ର ଅଞ୍ଚଳରେ ଆଉ କୌଣସି ସମସ୍ୟା ରହିବ ନାହିଁ ତେଣୁ ସମସ୍ତ ବନ କର୍ମଚାରୀ ନିଜର ଦାୟୀତ୍ୱ ସଠିକ ଭାବେ ତୁଲାଇବା ଆବଶ୍ୟକ।ବନ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିକାରୀ, କାଠ ଚୋରି,ଜଙ୍ଗଲ ପୋଡ଼ି,ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବା ସହଜସାଧ୍ୟ ହେବ ଅତିଥିମାନେ କହିଥିଲେ।ଏହି ଅବସରରେ ଗୁରୁ ଦେବେନ୍ଦ୍ର ନାଥ ଦାସ ଓ ସାଥି ବୃନ୍ଦାବନ ଗୌଡ଼ଙ୍କ ଦ୍ୱାରା ଦାସକାଠିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ସୋରଡ଼ା,ବଡ଼ଗଡ଼,ଆସିକା,ବୁଗୁଡ଼ା ଓ ପୋଲସରା ବନାଞ୍ଚଳର ରେଞ୍ଜର,ବନରକ୍ଷୀ, ସ୍କ୍ୱାର୍ଡ ଓ ବନପାଳମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here