ବିପଦର ବନ୍ଧୁ ଓ ଓଡ଼ିଶା ସଂଘଠନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ:୧୦୧ ୟୁନିଟ୍ ରକ୍ତ ସଂଗ୍ରହ

0
239

ବ୍ରହ୍ମପୁର:ଶେରଗଡ ବ୍ଲକ ଅନ୍ତର୍ଗତ କୁରୁଳା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିପଦର ବନ୍ଧୁ,ଓଡ଼ିଶା ସଙ୍ଗଠନ ତରଫରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ଶେରଗଡ଼ ବିଡ଼ିଓ ଶିବାଶିଷ ବରାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶେରଗଡ଼ ତହସିଲଦାର ଡଃ.ଦୟାସିନ୍ଧୁ ପରିଡ଼ା,ବ୍ଲକ୍ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା,ଶେରଗଡ଼ ଥାନା ସବ୍ ଇନ୍ସପେକ୍ଟର ଆର୍ତ୍ତତ୍ରାଣ ନାୟକ,ବ୍ଲକ ଉପାଧ୍ୟାକ୍ଷା ପ୍ରତିନିଧି କାହ୍ନୁ ଚରଣ ପଟ୍ଟନାୟକ ଓ କୁରୁଳା ଗ୍ରାମପଞ୍ଚାୟତ ସରପଞ୍ଚ ଭୀମସେନ ଚୌଧୁରୀ ପ୍ରମୁଖ ଯୋଗଦେଇ କାର୍ଯକ୍ରମକୁ ଉଦ୍ଘାଟନ କରିଥିଲେ ।ଏବଂ ଉପସ୍ଥିତ ଥିବା ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରିବା ସହ ସମ୍ମାନିତ କରି ଉତ୍ସାହିତ କରିଥିଲେ ।ଏବଂ ଆଗାମୀଦିନରେ ଏଭଳି ରକ୍ତଦାନ ଶିବିର ର ଅୟୋଜନ କରି ଲୋକଙ୍କ ବିପଦ ସମୟର ବନ୍ଧୁଟିଏ ହେବାକୁ ପରାମର୍ଶ ଦେଇଥିଲେ ।ସମସ୍ତ ସ୍ବେଛାସେବୀ ରକ୍ତଦାନ କରି ନିଜକୁ ଗର୍ବିତ ମନେ କରୁଥିଲେ ।ଏହି ରକ୍ତଦାନ ଶିବିରରେ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ଏଥି ମଧ୍ୟରୁ କୁରୁଳା ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଶଙ୍କର ବେହେରା ଏବଂ ଦୁଇଜଣ ମହିଳା ମଧ୍ୟ ରକ୍ତ ଦାନ କରିଥିଲେ ।ଏହି ଶିବିରକୁ ଗ୍ରୁପ୍ ପ୍ରତିଷ୍ଠାତା ଜି.ଶିବରାମ ପାତ୍ର,ସଭାପତି ରବିନ୍ ସାହୁ,କୋଷାଧ୍ୟକ୍ଷ ବାଦଲ ତ୍ରିପାଠୀ, ସ୍ଥଳସେନା କର୍ମଚାରୀ ଚିନ୍ମୟ ଦଳାଇ, ଶିକ୍ଷକ ଗୌରହରି ପୋଲେଇ,ସମ୍ପାଦକ କୃଷ୍ଣ ଚନ୍ଦ୍ର ପାତ୍ର,ଜୋନ ଉପସଭାପତି ନୀଳକଣ୍ଠ ଭଉଳ,ରାକେଶ ରୋସନ୍ ସେନାପତି ଅରକ୍ଷିତ ପରିଚ୍ଛା,ଉପ ସମ୍ପାଦକ ପ୍ରଦୀପ ଜେନା,ପପୁ ପରିଡ଼ା,ରଞ୍ଜନ କୁମାର ସାହୁ,କାହ୍ନୁ ଖୁଣ୍ଟିଆ,ଏବଂ ବିପଦର ବନ୍ଧୁ ସ୍ବେଚ୍ଛାସେବୀର ଅନ୍ୟ ସଦସ୍ୟ ମାନେ ପ୍ରଭୁତି ପରିଚାଳନା କରିଥିଲେ ।କୁରୂଳା ଗ୍ରାମର ସ୍ଵାଧୀନ ସମିତି ସଂଗଠନର ପ୍ରତିଷ୍ଠାତା ବାଦଲ କୁମାର ବେହେରା ସହଯୋଗ କରିଥିଲେ ଏବଂ ମଞ୍ଚ ପରିଚାଳନା ସଂଗଠନର ମୁଖପାତ୍ର ଚିନ୍ମୟ ପଲେଇ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥିବୃନ୍ଦ ଓ ସ୍ବେଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here