ରାସ୍ତା କଡରେ ପାଗଳି କଲା ସନ୍ତାନ ପ୍ରସବ, ଗ୍ରାମବାସୀଙ୍କ ସାହାଯ୍ୟରେ ଉଭୟେ ଡାକ୍ତରଖାନାକୁ ସ୍ଥାନାନ୍ତର।

0
778

ଗଂଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ଗଞ୍ଜାମ ଜିଲ୍ଲା କେ. ନୁଆଗାଁ ଥାନା ଅନ୍ତର୍ଗତ ବାଲିଯୋଡି ଗାଁ ନିକଟ କେନାଲ ପାର୍ଶ୍ଵରେ ଏକ ପାଗଳି ସନ୍ତାନ ଜନ୍ମ ଦେଇଛି। ପରେ ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ପାଗଳି ଓ ନବଜାତ ଶିଶୁଙ୍କୁ ନିକଟସ୍ଥ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି। ତେବେ ପାଗଳିଟି କିଭଳି ଗର୍ଭବତୀ ହେଲା ଓ ବର୍ତ୍ତମାନ ନବଜାତ ଶିଶୁର ଯତ୍ନ କିଏ ନେବ ଏହାକୁ ନେଇ ଉଠିଛି ପ୍ରଶ୍ନ।

LEAVE A REPLY

Please enter your comment!
Please enter your name here