କୁକୁଡ଼ାଖଣ୍ଡି ବ୍ଲକରେ ବିଜେଡିର ପଦଯାତ୍ରା

0
249

କୁକୁଡାଖଣ୍ଡି:ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ କୁକୁଡାଖଣ୍ଡି ବ୍ଲକରେ ବିଜେଡିର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଗାଁରୁ ବିକାଶ ନିମନ୍ତେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପଦଯାତ୍ରା କରିବା ପାଇଁ ଆହ୍ୱାନ ଦେଇଛନ୍ତି ।ଏହାକୁ ଆଧାର କରି କୁକୁଡ଼ାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ରବିବାର ଦିନ ବ୍ଲକ ପରିସରରେ ଥିବା ଗାନ୍ଧୀଜି ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି ବ୍ଲକ ପରିସରରୁ ପଦ ଯାତ୍ରାରେ ବାହାରି ଲୋକଙ୍କ ନିକଟରେ ପହଞ୍ଚିଥିଲେ ।ଏହି ପଦଯାତ୍ରାରେ ଉପସ୍ଥିତ କର୍ମୀ ଓ ନେତା ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ ।ଆଜିର ଏହି ପଦଯାତ୍ରାରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ନୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା,ସନାତନ ସଂଗ୍ରାମ ସିଂହ,ଭିନ୍ନକ୍ଷମ ନେତା କେ. ମଣି ବାବୁ,କୈଳାଶ ବିଶୋଇ,ନିରଞ୍ଜନ ମହାନ୍ତି,ରଘୁ ପାତ୍ର,ସଂଜୟ ସାହୁ,ରାଧା ମୋହନ ସେଠି,ବଶିଷ୍ଠ ଜେନା,ବସନ୍ତ ସ୍ବାଇଁ,କ୍ରାନ୍ତୀ କୁମାରୀ ଦେବୀ,ଚନ୍ଦ୍ରଶେଖର ନାୟକ,ମିନତୀ ବେହେରା, ମିନତୀ ପାତ୍ର,ଲକ୍ଷ୍ମୀପ୍ରିୟା ସାହୁ,ଭାରତୀ ନାୟକଙ୍କ ସମେତ ବ୍ଲକର ସମସ୍ତ ଜ଼ିଲ୍ଲା ପରିଷଦ,ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ଓ ଯୁବ ବିଜେଡି,ଛାତ୍ର ବିଜେଡି ସମେତ ବରିଷ୍ଠ ବିଜେଡି ନେତୃବୃନ୍ଦ ଏହି ପଦ ଯାତ୍ରାରେ ଯୋଗଦେଇ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here