କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

0
331

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଆଜି ଅର୍ଥାତ ମଇ ୧୬ ତାରିଖ ଦିନ କରୋନା ପୁଣି ବ୍ରହ୍ମପୁରର ଜଣେ ସାମ୍ବାଦିକଙ୍କ ଜୀବନ ନେଲା । ବ୍ରହ୍ମପୁରରେ ସାମ୍ବାଦିକତା କାର୍ଯ୍ୟ କରୁଥିବା ରଙ୍ଗେଇଲୁଣ୍ଡା ବ୍ଲକର ରଣ୍ଢା ଗ୍ରାମର ବିଷ୍ଣୁ ପ୍ରସାଦ ପାତ୍ର ଶୀତଳାପଲ୍ଲୀ ଟାଟା କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାଢେ ସାତଟା ସମୟରେ ପରଲୋକ ଗମନ କରିଛନ୍ତି। କୋଭିଡ଼ି ଟେଷ୍ଟରେ ଶ୍ରୀ ପାତ୍ର ପଜିଟିଭି ଚିହ୍ନଟ ପରେ ୭ ଦିନ ହେଲା ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଶନିବାର ରାତ୍ର ଅବସ୍ଥା ଜଟିଳ ହେବ ଯୋଗୁଁ ଶ୍ରୀ ପାତ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସେଠାରେ ଡାକ୍ତର ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଜୀବନ ରକ୍ଷା କରି ପାରିନଥିଲେ। ଶ୍ରୀ ପାତ୍ରଙ୍କ ବିୟୋଗ ଖବର ଜଣାପଡିବା ପରେ ବଡ ଭାଇ, ଭିଣୋଇ, ଶଳା ଓ ସାମ୍ବାଦିକ ବନ୍ଧୁଗଣ ଶୀତଳାପାଲ୍ଲୀ ଟାଟା କୋଭିଡ ହସପିଟାଲକୁ ଯାଇ ଶେଷ ଦର୍ଶନ କରିଥିଲେ। ମେଡ଼ିକାଲ ପରିସରରେ କୋଭିଡ ନିୟମ ପ୍ରକାରେ ସଂସ୍କାର କରାଯାଇଥିଲା। ଶ୍ରୀ ପାତ୍ରଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଗଭୀର ଶୋକରଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here