ଫାଷ୍ଟଫୁଡ଼ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ

0
351

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ନିକଟସ୍ଥ ନରସିଂହ ପଲ୍ଲୀ ଛକ ଠାରେ ଥିବା ନିଜର ଫାଷ୍ଟଫୁଡ଼ ଦୋକାନ ନିକଟରୁ ରକ୍ତାକ୍ତ ଅବସ୍ଥାରେ ମାଲିକ ଉଧାର ହୋଇଥିବା ଜଣାପଡିଛି। ଆହାତ ଯୁବକ ଜଣକ ହେଲେ ଚିରିକିପଡା ଶାସନ ଗ୍ରାମ ଗୌଡ ସାହିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ( ୩୦)। ବିଦେଶି ମଦଦୋକାନ ପାଖରେ ଫାଷ୍ଟଫୁଡ୍ ଦୋକାନ ମାଲିକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଗତ ବୁଧବାର ରାତ୍ର ରେ ନିଜ ଦୋକାନରେ ବନ୍ଦ କରି ଯିବା ସମୟରେ କିଛି ଅଜଣା ଲୋକ ତାଙ୍କ ଦୋକାନ ପାଖକୁ ଯାଇ ଅଣ୍ଡା ମାଗିଥିଲେ। କିନ୍ତୁ ସମୟ ବହୁତ ହୋଇଥିବା ବେଳେ ସେ ଦୋକାନ ବନ୍ଦ କରି ଯାଉଥିବା ଯୋଗୁଁ ଦୋକାନରେ ଅଣ୍ଡା ନଥିବା କହି ମନା କରିଥିଲେ। ଯାହାଦ୍ୱାରା ଆସିଥିବା ଦୁର୍ବୁତ୍ତ ମାନେ ମାଲିକ ପୂର୍ଣ୍ଣଚନ୍ଦ୍ରଙ୍କୁ ମରଣାତ୍ମକ ଆକ୍ରମଣ କରି ଫାଷ୍ଟଫୁଡ ଦୋକାନ ପଛପଟେ ପକାଇବା ସହ ମୋବାଇଲ ଓ ଟଙ୍କା ନେଇ ଘଟଣା ସ୍ଥଳରୁ ଚାଲିଯାଇଥିଲେ। ଗୁରୁତର ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ର ଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ପୂର୍ଣଚନ୍ଦ୍ର ପ୍ରଧାନ ଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟାରେ ପରିବାର ଲୋକେ ପୋଲସରା ଥାନାରେ ଅଭିଯୋଗ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ବିପଦ ମୁକ୍ତ ଥିବା ଜଣାପଡିଛି। ପୋଲସରା ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here