ବାଇକ ଚୋରି ଅଭିଯୋଗରେ ଦୁଇ ଗିରଫ, ବାଇକ ଜବତ

0
321

ଆସ୍କା(ଜଗନ ପଣ୍ଡା)ଆସ୍କା ଥାନା ଅନ୍ତର୍ଗତ ପଲ୍ଲୀ ଛକରେ ଥିବା ହୋଟେଲ ଭୁବନେଶ୍ୱରୀ ବାର ଆଗରୁ ଗତ 26 ତାରିଖ ଦିନ ଏକ ବାଇକ ଓ ଆର 07 AA 3918 ଚୋରି ହୋଇଥିବା ଆସ୍କା ଥାନାରେ ଅଭିଯୋଗ ହୋଇଥିଲା | ଏ ନେଇ ପୋଲିସ ପକ୍ଷରୁ କେଶ ନଂ 617/20 ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା | ଆଜି ପୋଲିସ କୌଣସି ସୂତ୍ରରୁ ଖବର ପାଇ ବୁଗୁଡ଼ା ଥାନା ଅନ୍ତର୍ଗତ ପାଣିକେଶ୍ବର ଗ୍ରାମର ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ହିରୋ ହୋଣ୍ଡା ଗ୍ଲାମର ବାଇକ କୁ ଜବତ କରିଛି | ଦୁଇ ଅଭିଯୁକ୍ତ ହେଲେ ପାଣିକେଶ୍ବର ଗ୍ରାମର ଦେବ ନାୟକ ଙ୍କ ପୁଅ ସନ୍ତୋଷ ନାୟକ (21) ଓ ସାହେବ ନାୟକ ଙ୍କ ପୁଅ ବାଲ୍ୟ ନାୟକ | ଉଭୟ ଙ୍କୁ ଆଇ ପି ସି 379/34 ଦଫା ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇ ଆଇ ସି ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here