ନକଲି ବିଦେଶୀ ମଦ ଜବତ ଘଟଣାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ,ମୁଖ୍ୟ ଅଭିଯୁକ୍ତ ଫେରାର୍

0
300

ବ୍ରହ୍ମପୁର: ବଡ଼ ବଜାର ଥାନା ଅନ୍ତର୍ଗତ ଓମ୍ ନଗର ତୃତୀୟ ଲାଇନ ଠାରେ ନକଲି ମଦ ପ୍ରସ୍ତୁତି ହେଉଥିବା ଘରେ ବଡବଜାର ଥାନା ପୋଲିସ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ ଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ କରାଯାଇଥିବା ଦୁଇ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ମହମ୍ମଦ ତହୀଦ୍ ଏବଂ ଅନ୍ୟ ଜଣେ ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କୁନା ସ୍ୱାଇଁ ଅଟନ୍ତି ।ଏମାନଙ୍କ ନିକଟରୁ ପୋଲିସ ଭର୍ତ୍ତି ଥିବା ୧୧ପେଟି ମଦ ,୫ଲିଟର ସ୍ପିରିଟ୍,ବିଭିନ୍ନ ବ୍ରାଣ୍ଡର ଲେବୁଲ୍ ,ଠିପି ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ଗୋଟିଏ ଗ୍ଲାମର ମୋଟର ସାଇକେଲ ଜବତ କରିଥିବା ଜଣାପଡ଼ିଛି ।ବଡ଼ ବଜାର ଥାନା ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ଠାରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here