ହିଞ୍ଜଳାପଲ୍ଲୀରୁ ୮ ପୁଟର ଅଜଗର ସାପ ଉଦ୍ଧାର

0
230

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହିଞ୍ଜଳାପଲ୍ଲୀ ରୁ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ୱେକ ହେଲ୍ପ ଲାଇନର କର୍ମକର୍ତ୍ତା। ଗତକାଲି ବିଳମ୍ବିତ ରାତ୍ରୀରେ ବ୍ରହ୍ମପୁର ବନାଞ୍ଚଳ ଅନ୍ତର୍ଗତ ହିଞ୍ଜଳାପଲ୍ଲୀ ବାଉରି ସାହିର ଏକ ପରିତ୍ୟକ୍ତ ଘର ନିକଟରୁ ସାହି ମଧ୍ୟକୁ ଏକ ଅଜଗର ସାପ ପ୍ରବେଶ କରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଉକ୍ତ ଗ୍ରାମରେ ରହୁଥିବା ବନ କର୍ମଚାରୀଙ୍କୁ ବିରାଟକାୟ ସାପଟି ଗ୍ରାମରେ ବୁଲୁଥିବା ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ଜଣଙ୍କ ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ଖବରପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ କପିଳେଶ୍ୱର ଦାସ ସହଯୋଗ କରିଥିଲେ। ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ତାହାର ଲମ୍ବ ୮ ଫୁଟ ରହିଥିବା ସେ କହିଛନ୍ତି। ଅନ୍ୟପଟେ ଉଦ୍ଧାର ସାପଟିକୁ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନପାଳ ବାବୁ ସେଠୀଙ୍କ ଉପସ୍ଥିତିରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଛି।

LEAVE A REPLY

Please enter your comment!
Please enter your name here