ରାତି ଅଧିଆ ବିଦ୍ୟାଳୟରୁ ସାମଗ୍ରୀ ନେବା ପଡିଲା ମହଙ୍ଗା ପ୍ରଧାନ ଶିକ୍ଷକଙ୍କୁ ପକାଇଲେ ତାଲା

0
352

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରିଛନ୍ତି । ପିଲାଙ୍କୁ ଶିକ୍ଷା ଯୋଗାଇବା ପାଇଁ ଅଙ୍ଗନବାଡିଠୁ ନେଇ ହାଇସ୍କୁଲ ପର୍ଯ୍ୟନ୍ତ ଆଦିବାସୀ ଅଞ୍ଚଳରେ ପିଲାଙ୍କୁ ଭଲ ପାଠ ପଡ଼ିବା ପାଇଁ,ଖେଳ କୂଦ କରିବା ଲାଗି ଖେଳ ପଡ଼ିଆ,ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ମହାମାରୀ କରୋନା ସମୟରେ ବିଦ୍ୟାଳୟ ବନ୍ଦ ଥିବା ସତ୍ତ୍ୱେ ସରକାର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଛନ୍ତି । କିନ୍ତୁ ଏପରି ଏକ ଘଟଣା ଘଟିଛି ଆର.ଉଦୟଗିରି ବ୍ଲକ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟରେ,ବିଦ୍ୟାଳୟ ଖୋଲିବାକୁ ଆଉ କିଛି ଦିନ ଥିବାବେଳେ ରାତି ଅଧରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସି ତାଲା ଖୋଲି ବିଭିନ୍ନ
ସାମଗ୍ରୀ,ଗଡ଼ର୍ଜ,ଟେବୁଲ,ଖାତାବହି ବାହାର କରି ନେଉଥିବା ବେଳେ ଗ୍ରାମବାସୀ ଅଟକାଇ ତାଲା ପକାଇଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ କମିଟିକୁ ନ ଜଣାଇ ରାତି ଅଧରେ ପହଞ୍ଚି କିପରି ବିଦ୍ୟାଳୟର ଜିନିଷ ନେଇଥିଲେ । ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏପରିକି ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ଶୌଚାଳୟ,ଚୁନମାରିବା,ପାଚେରୀ,ଗେଟ,ପିଲାଙ୍କ ପୋଷକାରେ ଟଙ୍କା ହଡପ କରିଥିବା କହିଛନ୍ତି ଗ୍ରାମବାସୀ । ଏହାର ପ୍ରତ୍ୟେକଟି ଜିନିଷର ହିସାବ ଦେବେ ତେବେ ଆମେ ଛାଡ଼ିବୁ । ଘଟଣା ସ୍ଥଳେ ରା,ଉଦୟଗିରି ବ୍ଲକ ଜିଲାପରିସାଧ ଜାକବମାଝୀ ପହଞ୍ଚି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗା ଯୋଗ କରିବାରୁ ସେ କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ଅଜାଣତରେ କିପରି ସେ ରାତି ଅଧ୍ୟରେ ସବୁ ସାମନା ନେଉଥିଲେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here