ଭାରତ ଯୋଡ ପଦଯାତ୍ରା ମାଧ୍ୟମରେ ଭଞ୍ଜନଗର ରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରାଯିବ

0
392

ଭଞ୍ଜନଗର : ଆଜିଠାରୁ ଦେଶ ବ୍ୟାପୀ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଭାରତ ଯୋଡ ପଦଯାତ୍ରା । କାଶ୍ମୀର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ୩୫୭୧ କିମି ରୁ ଅଧିକ ପଥ ଯାତ୍ରା କରାଯିବ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ। ଏ ନେଇ ଭଞ୍ଜନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୁଧବାର ସନ୍ଧ୍ୟାରେ ଏକ ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶରେ ସୃଷ୍ଟି ହେଉଥିବା ଘୃଣ୍ୟ ପରିବେଶ, ସମ୍ବିଧାନ ସ୍ବତନ୍ତ୍ରତାର ଉଲ୍ଲଂଘନ, ମୁଦ୍ରାସ୍ଫୀତି, ଅହେତୁକ ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ଇତ୍ୟାଦି ହେଉଛି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ସଭାପତି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ଜନସାଧାରଣ ଓ କଂଗ୍ରେସ କର୍ମୀମାନଙ୍କୁ ଭାରତ ଯୋଡ ଯାତ୍ରା ସମ୍ପର୍କରେ ଅବଗତ କରାଇବେ । ଏଥି ସହ ଭଞ୍ଜନଗର ରେ ପୁନଃବାର କଂଗ୍ରେସ କୁ ମଜବୁତ କରାଯିବା ସହ ପଞ୍ଚାୟତ ସ୍ତରରେ ସଂଘଠନ ମଜବୁତ କରାଯାଇ ଦଳ ତ୍ୟାଗ କରିଥିବା କର୍ମୀ ଓ ନେତା ଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କଂଗ୍ରେସ ନେତା ଦେବୀ ପ୍ରସାଦ ବିଷୋୟୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିଦ୍ୟାଧର ପ୍ରଧାନ, ସହସ୍ରାଂଶୁ ରାଉତ, ସୁକାନ୍ତ କୁମାର ଦିଗାଲ,ଜବାହାରଲାଲ ସାହୁ,ମଣ୍ଟୁ ପ୍ରଧାନ,ରଜନୀକାନ୍ତ ବିଶ୍ୱାଳ ଙ୍କ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here