ଅନ୍ତର୍ଜାତୀୟ ଯୋଗ ଦିବସରେ ଟିମ କ୍ଲିନ ସିଟି ଦ୍ୱାରା ଯୋଗ ଶିବିର ଆୟୋଜିତ

0
269

ବ୍ରହ୍ମପୁର : ଆଜି 7ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଟିମ କ୍ଲିନ ସିଟି ପକ୍ଷରୁ ଟିମ ସଦସ୍ୟଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଗ ଶିବିରର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଗଜପତିନଗର ସ୍ଥିତ ଏଲ ଆଇ ଜି ପାର୍କ ପରିସରରେ ଟିମ ସଦସ୍ୟମାନେ ଯୋଗ ଅଭ୍ୟାସ କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଯୋଗର ଅବଶ୍ୟାକତା ଓ ଏହାର ଉପକାରିତା ସମ୍ପର୍କରେ ଟିମର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ନିଜ ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ। ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀର କେବଳ ଯେ ସୁସ୍ଥ ରହେ ଏହା ନୁହଁ ବରଂ ମାନସିକସ୍ତରରେ ମଧ୍ୟ ଶାନ୍ତି ଦେଇଥାଏ। କରୋନା ମହାମାରୀ ସମୟରେ ଅଦୃଶ୍ୟ ଭୁତାଣୁ ସହ ଲଢେ଼ଇ କରିବାରେ ଯୋଗ ବେଶ ସହାୟକ ହେଉଥିବା ପରିଲକ୍ଷିତ ହୋଇଛି। ଆଜିର ଏହି ସ୍ୱତନ୍ତ୍ର ଯୋଗ ଶିବିରରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିବା ବେଳେ ସୂର୍ଯ୍ୟ ନାରାୟଣ ଚୌଧୁରୀ ଓ ଅଞ୍ଜଳୀ ମହାନ୍ତି ପ୍ରମୁଖ ଯୋଗଶିବିରକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁଗତ ଫର୍ମା ପକ୍ଷରୁ ପ୍ରତିନିଧି ଭାବେ ପ୍ରଦୀପ ପାଢ଼ୀ ଉପସ୍ଥିତ ରହି ଶିବିର ଶେଷରେ ଶକ୍ତିବର୍ଦ୍ଧକ (Energy Drink) ପାନୀୟ ଯୋଗାଇଥିଲେ।

LEAVE A REPLY

Please enter your comment!
Please enter your name here