ଗଞ୍ଜାମ ଗସ୍ତରେ ଆସି ଦକ୍ଷିଣପୂର ସୋସାଇଟି ପରିଦର୍ଶନ କଲେ ଜଏଣ୍ଟ ରେଜିଷ୍ଟର୍

0
309

କୁକୁଡାଖଣ୍ଡି : ସମବାୟ ବିଭାଗ ଜଏଣ୍ଟ ରେଜିଷ୍ଟର ସବୀର ପଣ୍ଡା ବୁଧବାର ଦିନ ଗଞ୍ଜାମ ଗସ୍ତରେ ଆସିଥିବା ବେଳେ ଏହି ଅବସରରେ କୁକୁଡ଼ାଖଣ୍ଡି ବ୍ଲକର ଦକ୍ଷିଣପୂର ସୋସାଇଟି ପରିଦର୍ଶନ କରିଥିଲେ ।ପ୍ରତ୍ୟେକ ସୋସାଇଟିରେ ନୂତନ କୋଠା ନିର୍ମାଣ,ଗୋଦାମ ଗୃହ ନିର୍ମାଣ ସହ ସୋସାଇଟି ଗୃହରେ ଶୀତତାପ ନିୟନ୍ତ୍ରଣ ଯନ୍ତ ଲଗାଇବାକୁ ଡିଆରସିଏସ୍ ଙ୍କୁ ପରାମର୍ଶ ଦେଇଥିଲେ ।ସେହିପରି ସମସ୍ତ ସୋସାଇଟି ସଭାପତି,ନିର୍ଧେସକ ଓ ପ୍ରତିଟି ପଞ୍ଚାୟତର ଦଶ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଜଏଣ୍ଟ ରେଜିଷ୍ଟରଙ୍କୁ ବିଭିନ୍ନ ସୋସାଇଟିର ସଭାପତି ମାନେ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।ଏହି ଅବସରରେ ସମବାୟ ଉପନିବନ୍ଧକ ବିଶ୍ୱରଂଜନ ଦାସ,ସହକାରୀ ଉପନିବନ୍ଧକ ପର୍ଶୁରାମ ପାତ୍ର,ଏମଆଇସି ନୃସିଂହ ଚରଣ ପଣ୍ଡା,ସୋସାଇଟି ସଭାପତି ସନ୍ତୋଷ ଚୌଧୁରୀ,ସୁଧୀର ରାଉତ,ସନାତନ ସଂଗ୍ରାମ ସିଂ,ଜତୀନ୍ଦ୍ର ପାତ୍ର,ସୁରେଶ ସେଠି,କାନ୍ହୁ ପାତ୍ର,ପରେଶ ନାହାକ,ଶିବରାମ ପାତ୍ର,ନରସିଂହ ସାହୁ,ଜିତେନ୍ଦ୍ର ପାତ୍ର,ଦକ୍ଷିଣପୂର ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,କୁକୁଡାଖଣ୍ଡି ସମିତି ସମ୍ପାଦକ ବୃନ୍ଦାବନ କୋଠିଆଙ୍କ ସମେତ ଅନ୍ୟ ସୋସାଇଟି ସଭାପତି ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here