ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

0
222

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଅଧକ୍ଷ ନୃସିଂଘ ଚରଣ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ନିଜ ବକ୍ତବ୍ୟରେ କହିଥିଲେ ପ୍ରତେକ ଭାରତୀୟ ସମ୍ବିଧାନକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ନୀତି ନିୟମକୁ ମାନି ଚଳିଲେ ଅଖଣ୍ଡ ଭାରତ ପ୍ରତିଷ୍ଠା ହୋଇପାରିବ। ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଭାରତୀୟ ଗଣତନ୍ତ୍ର ଶାସନ ମଧ୍ୟରେ ସର୍ବୋକୃଷ୍ଟ ଓ ଏହାର ମୌଳିକ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଜନୀତି ବିଭାଗର ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼ ସମ୍ବିଧାନର ଇତିହାସ ସହିତ ଏହାର ପ୍ରଣେତା ମାନଙ୍କ ନାମ ଆଲୋଚନା କରି ଏହା କେବେ କାର୍ଯ୍ୟକାରୀ ହେଲା ତାହା ବର୍ଣ୍ଣନା କରିଥିଲେ । ଅଧ୍ୟକ୍ଷ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଡ଼ି.ଇ.ଓ ସରୋଜ କୁମାର ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଇତିହାସ ବିଭାଗ ଅଧ୍ୟାପିକା ସୁନୀତା ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରେଡକ୍ରସ୍ ସ୍ବେଚ୍ଛାସେବୀ ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ଆଶିଷ ଡାକୁଆ, ସୁବ୍ରତ ନାୟକ, କାହ୍ନା ନାଇକ ଓ ସୋମେଶ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here