ବାଇକ୍ କୁ ଧକ୍କା ଦେଲା ଟ୍ରକ୍: ସ୍ତ୍ରୀ ମୃତ,ସ୍ୱାମୀ ଓ ଦେଢ଼ ବର୍ଷର ଶିଶୁପୁତ୍ର ଆହତ

0
226

ବ୍ରହ୍ମପୁର: ମୃତ୍ୟୁ କାହାକୁ କେତେବେଳେ କିମିତି ଆସିବ ତାହା କିଏ ବି କହିପାରିବ ନାହିଁ । ଆଜି ଏମିତି ଏକ ହୃଦୟଥରା ଘଟଣା ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଛକ ଠାରେ ଦେଖିବାକୁ ମିଳିଛି ।ଆଜି ସକାଳ ୧୦ଟା ସମୟରେ ବାଇକର ପଛପଟକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ଘଟଣା ସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ଭର୍ତ୍ତି ସାମାନ୍ୟ ଆହତ ହୋଇଥିଲେ ସ୍ୱାମୀ ଓ ଦେଢ଼ ବର୍ଷର ଶିଶୁପୁତ୍ର। ମୃତ ମହିଳା ଜଣକ ହେଲେ ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ଥାନା ଅନ୍ତର୍ଗତ ମଠ ଶିରିଆ ଗାଁର ବସନ୍ତ ବେହେରାଙ୍କ ପତ୍ନୀ ଝରଣା ବେହେରା (୨୨) । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ ବସନ୍ତ ଏବଂ ସ୍ତ୍ରୀ ଝରଣା ସାଙ୍ଗରେ ଦେଢ଼ବର୍ଷର ଶିଶୁ ପୁତ୍ରକୁ ଧରି ନିଜପଲସର ବାଇକ୍ ନମ୍ବର ଓଡି-୦୭ଭି-୨୬୨୨ ଯୋଗେ ପୋଲିଓ ଦେବା ପାଇଁ ବ୍ରହ୍ମପୁର ଯାଉଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ଏକ ଟ୍ରକ ନଂ ଏପି୨୧ ଟିଏ ୩୪୩ ଦ୍ରୁତ ଗତିରେ ଆସି ବାଇକ ପଛରୁ ଧକ୍କା ଦେଇଥିଲା । ଯାହା ଫଳରେ ସ୍ୱାମୀ ବସନ୍ତ ଓ ଦେଢ଼ବର୍ଷର ଶିଶୁପୁତ୍ର ରାସ୍ତା ରାସ୍ତାର ଗୋଟିଏ ପାଶ୍ୱରେ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିବା ବେଳେ ବାଇକ ପଛରେ ବସିଥିବା ସ୍ତ୍ରୀ ଝରଣା ଟ୍ରକ ଚକା ତଳେ ଚାପି ହୋଇଯିବାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁଘଟିଥିଲା । ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତି ଓ ଥାନା କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ମୃତଦେହକୁ ଜବତ କରି ପୁଲିସ ଜିପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ । ଏ ନେଇ ଥାନା କେଶ ନମ୍ବର ୨୯୯/୨୨ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ବାଇକକୁ ଜବତ କରିଥିବା କରି ତଦନ୍ତ କରୁଛି ପୁଲିସ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here