“ଉତ୍କଳ ଗୌରବ ବ୍ରହ୍ମପୁର” ଆଲବମ୍ ସଙ୍ଗୀତର ଶୁଭାରମ୍ଭ

0
218

ବ୍ରହ୍ମପୁର:ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ ହଲ୍ ପରିସରରେ ଗଞ୍ଜାମ ଜିଲ୍ଲାର ସଂସ୍କୃତି, ଐତିହ୍ୟ ଓ ପାରମ୍ପରାକୁ ଆଧାର କରି ଏକ ସଙ୍ଗୀତ ଭିଡିଓର ଶୁଭାରମ୍ଭ ହୋଇଛି ।ଉତ୍କଳ ଗୌରବ ବ୍ରହ୍ମପୁର ନାମରେ ସଙ୍ଗୀତ ରଚନା କରାଯାଇଛି ।ଗୀତିକାର ପ୍ରବୀଣ କୁମାର ଏହାର ରଚନା କରିଥିବା ବେଳେ ଲିପୁନ୍ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।ଏହି ଆଲବମ୍ ରେ ଲିଲି ମହାରଣା ପ୍ରଯୋଜନା କରିଥିବା ବେଳେ ମଧୁପ୍ରୀତି ଯୋଡି ନିର୍ଦ୍ଦେଶନା ଦେଇଛନ୍ତି ।ଏହି ସଙ୍ଗୀତରେ ଓଡ଼ିଶାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍,ପମି ମିଶ୍ର, ପ୍ରତିମା ପ୍ରଧାନ, ଶୀତଳ କବି, ଲିଲି ମହାରଣା, ପ୍ରଭାତ କୁମାର ପାତ୍ର, ଅରୁଣ କୁମାର ଦାସ, ସୁଦୀପ କୁମାର ସାହୁ, ଅଭୟ ରଞ୍ଜନ ପାଢ଼ୀ, ଡାକ୍ତର ମୋନାଲିସା ପାଲ, ଡାକ୍ତର ଚନ୍ଦନ ଗନ୍ତାୟତ, ଶୃତି ସୁହାନି,ଶିବ ଶଙ୍କର ଷଡଙ୍ଗୀ, ଧର୍ମା ପାଢ଼ୀ, ବିଭୂଦତ ନାୟକ, ରାଜା ବେହେରା, ଲୋକନାଥ ମହାରଣା, ଲିପୁନ୍ ଦାସ,ବିକାଶ ଦାସ, ଅର୍ପିତା ପଣ୍ଡା ପ୍ରମୁଖ କଣ୍ଠଦାନ କରିଛନ୍ତି ।ଏହି ଆଲବମ୍ ଉନ୍ମୋଚନ ଅବସରରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଡ଼ିଏସ୍ଏସ୍ଓ ହରିଚରଣ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ, ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶଙ୍କ,ଗୋପାଳ କୃଷ୍ଣ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।ଡକ୍ଟର ମିହିର ତ୍ରିପାଠୀ, ଉଷାରାଣୀ ମହାପାତ୍ର, ଡକ୍ଟର ଗୁଲାମ୍ ରସୁଲ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।ଶେଷରେ ନାରାୟଣ ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ସମସ୍ତ କଣ୍ଠଶିଳ୍ପୀଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ସହଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସାଇ ଆୟୁଷ କ୍ରିଏସନ୍ ତରଫରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।ସୂଚନାଯୋଗ୍ୟ ଏହି ଆଲବମ୍ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଏବଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଭିନୟ କରିଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here