ଅଜଣା ଗାଡ଼ି ଧକ୍କାରେ ୩ଜଣ ଯୁବକ ଗୁରୁତର

0
240

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଏକ ଅଜଣା ଗାଡ଼ିର ଧକ୍କା ରେ ତିନି ଯୁବକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଯୁବକ ମାନେ ହେଲେ ଲାଞ୍ଜିପଲ୍ଲୀ ଅଞ୍ଚଳର ପିଣ୍ଟୁ ସାହୁ, ଅଜିତ ପାତ୍ର ଏବଂ ନୀଳମାଧବ ପଣ୍ଡା । କୌଣସି କାମରେ ଏମାନେ ନିଜ ବାଇକ (OR07E: 7589) ନମ୍ବର ବିଶିଷ୍ଟ ହିରୋହଣ୍ଡା ଗାଡ଼ିରେ ନିଜ ଘରକୁ ଫେରୁଥିବାବେଳେ ଅନ୍ୟ ଦିଗରୁ ଆସୁଥିବା ଏକ ଦ୍ରୁତ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଏହି ତିନି ଯୁବକଙ୍କୁ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଲାଞ୍ଜିପଲ୍ଲୀ ଫାଣ୍ଡି ପୋଲିସ ପହଞ୍ଚି ତିନି ଯୁବକୁ ଉଦ୍ଧାର କରି ମେଡ଼ିକାଲକୁ ଚିକିତ୍ସା ଲାଗି ପଠାଇ ଦେଇଛି । ତେବେ ସଟଡ଼ାଉନ୍ ବେଳେ ଏହି ତିନି ଯୁବକ କେଉଁଆଡ଼େ ଯାଇଥିଲେ ଏବଂ ଗୋଟିଏ ଗାଡ଼ିରେ ତିନି ଜଣ ବସି ଆସିବାର କଣ କାରଣ ଥାଇପାରେ ତାହା ପୋଲିସ ଅନୁସନ୍ଧାନ ଚଳାଇବା ସହ ଆଖପାଖ ଅଞ୍ଚଳରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରୁଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here