ଆହତ ଗାଈର ଚିକିତ୍ସା

0
237

ବ୍ରହ୍ମପୁର: ବ୍ରହ୍ମପୁର ଟାଟାବେଞ୍ଜ ଛକ ନିକଟ ଅନନ୍ତ ନଗର ୫ମ ଗଳିରେ ଆହତ ହୋଇ ପଡ଼ି ରହିଥିବା ଗାଈର ଚିକିତ୍ସା ବ୍ରହ୍ମପୁର ପଶୁ ଚିକିତ୍ସାଳୟ ତରଫରୁ କରାଯାଇଛି।ଖବରରୁ ପ୍ରକାଶ ଯେ, ଦୀର୍ଘ ଦିନ ହେବ କୌଣସି କାରଣରୁ ଆହତ ହୋଇ ଲାଞ୍ଜ କଟି ଗୁରୁତର ଆହତ ହୋଇ ଜନ୍ତ୍ରଣାରେ ଛୋଟପୋଟ ହେଉଥିଲା ଗୋଟିଏ ଗାଈ।ଉକ୍ତ ଘଟଣା ଯେତେବେଳେ ସାମ୍ଭାଦିକ ତଥା ପସୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ନଜରକୁ ଆସିଥିଲା ସେ ତୁରନ୍ତ ପଶୁ ଚିକିତ୍ସାଳୟର ସହୟତାରେ ଡାକ୍ତର ସୋମିକ୍ ସ୍ବାଇଁ ଏବଂ ତାଙ୍କରି ସହକର୍ମୀ ପ୍ରଣୟ ପ୍ରସାଦ ରେଡ୍ଡୀ, ସାଇରାମ ରେଡ୍ଡୀ ଓ ସ୍ଥାନୀୟ ଅଞ୍ଚଳର ଲତା ଦାସ, ସୁସୁମା ସାହୁ, ଚନ୍ଦନ ଓମ୍ ପାଠି, ସାମ୍ବାଦିକ ରୁପେଶ କୁମାର ପଣ୍ଡା, ସୁନିଲ ପଟ୍ଟନାୟକ, ଅଜୁନ ଜେନା, ସଚିନ ପାଢ଼ୀ, କେ. ଈଶ୍ଵର ରାଓ, ଯୀଶୁଖ୍ରୀଷ୍ଟ ପ୍ରଧାନଙ୍କ ଦ୍ଵାରା ଗାଇଟିର ଚିକିତ୍ସା ବ୍ୟବସ୍ଥା କରିଥିଲେ। ଉତ୍ତମ ଚିକିତ୍ସା ପାଇ ବର୍ତ୍ତମାନ ଗାଇଟି ସାମନ୍ୟ ସୁସ୍ଥ ଅନୁଭବ କରୁଛି।ପଶୁ ଚିକିତ୍ସାଳୟ ଓ ସାମ୍ଭାଦିକ ଏବଂ ସ୍ଥାନୀୟ ଅଞ୍ଚଳରେ ଯୁବକ ମାନଙ୍କ ସହାୟତା ଫଳରେ ଗୋଟିଏ ନିରୀହ ନିଷ୍ପାପ ପଶୁ ନୁତନ ଜୀବନ ପାଇଥିବାରୁ ଏହି ମହାନ କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here