ପ୍ରେମିକାକୁ ପୋଡି ମାରିଦେଲା ପ୍ରେମିକ

0
329

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୋମ ଟାଙ୍କୁରା ଘଟଣା ଘଟାଇଛି ପ୍ରତାପପୁର ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ|ନିଜର ପ୍ରେମିକା ଶୁଭସ୍ମିତା ଯାହାର ଘର ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ବାଲିପଦର ଫାଣ୍ଡି ପାଖ କଳମ୍ବ ଗ୍ରାମରେ |ପ୍ରଶାନ୍ତ କୁମାର ଖାଡ଼ଙ୍ଗାଙ୍କ ଝିଅ ଶୁଭସ୍ମିତା ଖାଡ଼ଙ୍ଗା (25)କୁ ପ୍ରେମିକ କୃଷ୍ଣ ନିଜ ଗ୍ରାମକୁ ଡକାଇ ଏକ ନିଛାଟିଆ ପରିତ୍ୟକ୍ତଘର ଭିତରେ ପ୍ରେମିକାକୁ ପ୍ରେମଆଳାପ କରିବା ପରେ କୌଶଳକ୍ରମେ ତା’ ଉପରେ ପେଟ୍ରୋଲ ଢାଳି ମାରିବା ପାଇଁ ଉଦ୍ୟମ କରିଥିଲା |ଏହି ଘଟଣା ପ୍ରକଟ ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସ୍ଥାନୀୟ ପୋଲିସ,ଦମକଳ ବିଭାଗ ଘଟଣା ସ୍ଥଳେ ପହଁଞ୍ଚି ଉକ୍ତ ଯୁବତୀଙ୍କୁ ଦରପୋଡା ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲରେ ଭର୍ତି କାରାଇଥିଲା |ମେଡିକାଲରେ ଏକଯୁକେଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ନୀତିଶ କୁମାର ତ୍ରିପାଠୀ ଯୁବତୀର ବୟାନ ନେଇଥିଲେ | ଏହାପରେ ଯୁବତୀ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା|ହେଲେ ସେଠାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଯୁବତୀଙ୍କ ପରିବାର ପକ୍ଷରୁ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଆସାମୀ କୃଷ୍ଣଚନ୍ଦ୍ରକୁ ଗିରଫ କରି ଘଟଣାର ଅଧିକ ତନାଘନା କରିବା ସହ ଏଥିରେ ଆଉ କେହି ସମ୍ପୁର୍କ୍ତ ଥିବା ନେଇ ସନ୍ଦେହ କରାଯାଉଛି | ପୁରୁଷୋତ୍ତମପୁର ଏସଡ଼ିପିଓ ଖୋଳତାଡ଼ ଜାରି ରଖିଥିବା କହିଛନ୍ତି ।ଅନ୍ୟପଟେ ଆସାମୀ କୃଷ୍ଣଚନ୍ଦ୍ର ଯୁବତୀଙ୍କୁ ମାରିନଥିବା କହିଥିବା ବେଳେ ନିଜ ପ୍ରେମିକା ମେଣ୍ଟାଲ ରୋଗ ଗ୍ରସ୍ତ ଥିଲେ ବୋଲି କହିଛନ୍ତି ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here