ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦୁଇ ପରିବାରକୁ ଭେଟିଲେ ଶ୍ରମ ମନ୍ତ୍ରୀ

0
215

ବୁଗୁଡା/ପୋଲସରା : ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଦୁଇ ଜଣଙ୍କ ପରିବାରକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୋଲସରା ଏନଏସି ୮ ନଂ ୱାର୍ଡର ଦେଉଳପେଢ଼ି ସାହିର ୨୦ ବର୍ଷ ବୟସ୍କ ଅକ୍ଷୟ ନାହାକ ବିଜୟୱାଡା ରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଖବର ପାଇ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ସ୍ବର୍ଗତ ଅକ୍ଷୟ ଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସହ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ପ୍ରମୁଖ ଯାଇଥିଲେ। ସେହିପରି ବୁଗୁଡା ବ୍ଲକର ଭାମସ୍ୟାଳି ଗ୍ରାମର ସନ୍ତୋଷ ରାଉତ ନିଜ ଗ୍ରାମ ନିକଟ କେନାଲ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଖବର ପାଇ ମନ୍ତ୍ରୀ ଶ୍ରୀ ସାହୁ, ସ୍ୱର୍ବତ ସନ୍ତୋଷ ଙ୍କ ବାସଭବନକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀ ଙ୍କ ସହ କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here