ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ନନ୍ଦ ଉତ୍ସବ ପାଳିତ

0
210

ଭଞ୍ଜନଗର : ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନନ୍ଦ ଉତ୍ସଵ ଧୁମ ଧାମ ରେ ପାଳନ ହୋଇଯାଇଛି ।ଉକ୍ତ ଉତ୍ସବରେ ଅନୁଷ୍ଠାନ ର ସଂପାଦକ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ। ରାଧା, କୃଷ୍ଣ ବେଶ ଧାରଣ କରି ଥିବା କୁନି କୁନି ଛାତ୍ର,ଛାତ୍ରୀ ଙ୍କ ମଧ୍ୟରେ ଏକପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଉଚ୍ଚ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଆଧ୍ୟାତ୍ମିକ ଭଜନ ଗାଈ ପରିବେଶ କୁ ଅତି ମନୋରମ କରିଥିଲେ। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଏହି ଦିନ ପାଳନ କରାଯିବା ର ମହତ୍ତ୍ୱ ବିଷୟରେ ଶିଶୁମାନଙ୍କୁ ବୁଝାଇଥିଲେ। ପ୍ରଥମେ ବେଶ ପରିଧାନ କରି ଥିବା ଶିଶୁ ମାନେ ଗ୍ରାମ ର ମନ୍ଦିର ପରିଭ୍ରମଣ କରି ବୌଦ୍ଧିକ ମଣ୍ଡପ ଠାରେ ନିଜର ପିତା ମାତା ଙ୍କ ଦ୍ୱରା ପାଇଥିବା ଆଧ୍ୟାତ୍ମିକ ଭାବନା କୁ ପ୍ରକାଶ କରିଥିଲେ। ଅନୁଷ୍ଠାନ ର ଶୁଭଶ୍ରୀ, ରଶ୍ମିତା, ସ୍ଵେତ୍ତା, ସୌଭାଗ୍ୟ , ସୁଲୋଚନା, ଇପ୍ସିତା, ରୁବି ଗୁରୁମା ଏବଂ ସୁକାନ୍ତ, ଶିବରାମ, ସତ୍ୟ, ସୁଶାନ୍ତ, ସୋଭେନ୍ଦ୍ର, ବସନ୍ତ, ସୂର୍ଯୟନାରାୟଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟା ସଂଘମିତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here