ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହେଲେ ପ୍ରଦୀପ ମଲଣା

0
348

କୁକୁଡାଖଣ୍ଡି : କୁକୁଡାଖଣ୍ଡି ବ୍ଲକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ପ୍ରତିନିଧି ଭାବେ ହୁଗୁଳାପଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ମଲଣାଙ୍କୁ ନିଯୁକ୍ତ କରିଛନ୍ତି । ଏନେଇ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଏକ ଚିଠି ମାଧ୍ୟମରେ କୁକୁଡାଖଣ୍ଡି ବିଡ଼ିଓଙ୍କୁ ଅବଗତ କରାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଶ୍ରୀ ମଲଣା ଏକ ପ୍ରମୁଖ ଭୂମିକା ନିର୍ବାହ କରି ବିଜେଡି ପାର୍ଥିଙ୍କୁ ବିଜୟୀ କରିବାରେ ସହଯୋଗ କରିଥିଲେ । ସେ ନିଜେ ସରପଞ୍ଚ ଥିବା ସମୟରେ ହୁଗୁଳାପଟା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିଥିଲେ । ବର୍ତ୍ତମାନ ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହେବା ପରେ ଶ୍ରୀ ମଲଣା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବ୍ରହ୍ମପୁର ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି ।ଏହି ନିଯୁକ୍ତି ପରେ ଶ୍ରୀ ମଲଣାଙ୍କୁ ବର୍ତ୍ତମାନ ବିଭିନ୍ନ ସଂଗଠନ,ଦଳୀୟ କର୍ମୀ ଓ ନେତାଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here