କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳନ

0
429

କୋଷାଗୁମୁଡା ( ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ , ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ବସଷ୍ଟାଣ୍ଡ , ଖଲାସି ସଙ୍ଘ , ରାଜମିସ୍ତ୍ରୀ ସଙ୍ଘ , ବଣିକ ସଙ୍ଘ ରେ ପାଳିତ ହୋଇଥିବା ଜଣାପଡିଛି । ସେହିପରି କୋଡ଼ିଙ୍ଗା ସ୍ଥିତ ତହସିଲ କାର୍ଯ୍ୟାଳୟ , ଅବକାରୀ ବିଭାଗ କାର୍ଯ୍ୟାଳୟ , ବନବିଭାଗ କାର୍ଯ୍ୟାଳୟ , ବ୍ୟବସାୟୀ ସଙ୍ଘ , ଡ୍ରାଇଭର ସଙ୍ଘ , ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ , ରାଜଚାଉଁରିଆ କଲେଜ , ବିଭିନ୍ନ ଶିକ୍ଷାନୁଷ୍ଠାନ , କଂଗ୍ରେସ ଦଳ ପକ୍ଷରୁ ଇନ୍ଦିରା ଗାନ୍ଧୀ ଛକ ଠାରେ କୋଭିଡ ନିୟମ ଅନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକରେ କେବଳ କର୍ମଚାରୀ ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରାଯାଇଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ନିଡାମ୍ବର ଭାବେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here