ନିଖିଳ ଉତ୍କଳ ଅଣ ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ର ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ

0
309

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ତାଲିମ କକ୍ଷରେ ନିଖିଳ ଉତ୍କଳ ଅଣ ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆଜି ଉକ୍ତ ବୈଠକରେ ସଭାପତି ଶରତ ଚନ୍ଦ୍ର ପରିଚ୍ଛା, ଉପ ସଭାପତି ନରେନ୍ଦ୍ର କୁମାର ଚୌଧୁରୀ, ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ , ପରାମର୍ଶଦାତା ସୂର୍ଯ୍ୟକାନ୍ତ ପଟ୍ଟନାୟକ ଓ ଚିତ୍ତ ରଞ୍ଜନ ମିଶ୍ର, ଲଳିତେନ୍ଦୁ ଦଳେଇ, ସଞ୍ଜୀବ କୁମାର ହୋତା ପ୍ରମୁଖ ମଞ୍ଚାସିନ ଥିଲେ । ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ପଶୁ ନିରୀକ୍ଷକ, ଭେଟେନେରୀ ଟେକ୍ନିସିୟାନ ପ୍ରମୁଖ ଉପସ୍ଥିତ ବୈଠକ ପରିଚାଳନା କରିଥିଲେ। ଏହି ବୈଠକ ସମାପ୍ତ ପରେ ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା । ଆଜି ସର୍ବସମ୍ମତିକ୍ରମେ ସଭାପତି ଭାବେ ଗୌରହରି ବେହେରା, ଉପ ସଭାପତି ଏସ. ବିର ରାଜୁ, ସମ୍ପାଦକ ବିଭୁତି ଭୂଷଣ ଗନ୍ତାୟତ, କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ସଂଗଠନ ସମ୍ପାଦକ ଶଙ୍କର ରାଓ ଚୟନ କରୀ ନିର୍ବାଚିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ଦାବି ଗୁଡିକ ମଧ୍ୟ ଉପସ୍ଥାପିତ କରାଯାଇଛି । ଦାବି ଗୁଡିକ ହେଲା କେଡର ରିଷ୍ଟ୍ରକଚର, ମୂଳ ଦରମାର ଅଂଶଗତି ଦୂରୀକରଣ, ପ୍ରତ୍ୟେକ ପ୍ରାଣୀ ସହାୟକ କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦେବା ପାଇଁ ଦାବି ରହିଛି ।
ରିପୋର୍ଟ: ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here