ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେ ଜଗନ୍ନାଥପ୍ରସାଦ କଲେଜର ଶତ ପ୍ରତିଶତ ସଫଳତା

0
303

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଅନୁଷ୍ଠାନର ବିଜ୍ଞାନ ଛାତ୍ର ସମ୍ବିତ କୁମାର ଗୌଡ଼ ୫୦୮ ମାର୍କ ରଖି ବ୍ଲକ୍ ଓ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ଛାତ୍ରୀ ତୁଳସୀ ପାତ୍ର ୪୯୭ ମାର୍କ ରଖି ବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ ଓ ଛାତ୍ର ରାଜା ନାୟକ ୪୯୪ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି । ବିଜ୍ଞାନରେ ସର୍ବ ମୋଟ ୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ମୋଟ ୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ବିଜ୍ଞାନରେ ୫୦ ଜଣ ପ୍ରଥମ ସ୍ଥାନ, ୧୯ ଜଣ ଦ୍ବିତୀୟ ସ୍ଥାନ ଓ ୧୧ ଜଣ ତୃତୀୟ ସ୍ଥାନ ରେ ପରୀକ୍ଷାରେ ଅବତୀର୍ଣ୍ଣ କରି ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ୨ ଜଣ ପ୍ରଥମ ଓ ୩ ଜଣ ଦ୍ବିତୀୟ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟରେ ବାଣିଜ୍ୟ ଛାତ୍ର ସଚିତା ନନ୍ଦ ଆଳତିଆ ୪୫୯ ମାର୍କ ରଖି ପ୍ରଥମ ଓ ଲକ୍ଷ୍ମୀ କାନ୍ତ ମିଶ୍ର ୪୫୬ ମାର୍କ ରଖି ଦ୍ଵିତୀୟ ସ୍ଥାନ ଓ ଛାତ୍ରୀ ଭାରତୀ ନାଇକ ୩୩୯ ଆଣି ତୃତୀୟ ସ୍ଥାନ ଅବତୀର୍ଣ୍ଣ କରି ଉତ୍ତୀର୍ଣ୍ଣ କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ନୃସିଂହ ଚରଣ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଏବଂ ଅଞ୍ଚଳ ବାସି ମଧ୍ୟ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ମାନଙ୍କୁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here