ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ଶ୍ରମ ମନ୍ତ୍ରୀ

0
236

ପୋଲସରା : ବିପତ୍ତି ସମୟର ବନ୍ଧୁ ଭାବେ ପରିଚିତ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ପଠାଇ ମାନବିକତାର ପରିଚୟ ଦେଇଛନ୍ତି। ଶୁକ୍ରବାର ରାତ୍ରରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଭୁବନେଶ୍ୱର ରୁ ନିଜ ନିର୍ବାଚନ ମଣ୍ଡଳୀ ପୋଲସରା ଆସୁଥିବା ବେଳେ ରାତି ପ୍ରାୟ ୮ ଘଣ୍ଟା ସମୟରେ ଉସ୍ଥାପଡା ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ବାଇକ୍ ଆରୋହି ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ନିଜ ଗାଡ଼ି ରୁ ଓହ୍ଲାଇ ଘନ ଅନ୍ଧକାରରେ ପଡ଼ିଥିବା ଆହତ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ । ଆହତ ବ୍ୟକ୍ତିର ଗୁରୁତର ଅବସ୍ଥାକୁ ଦେଖି ମନ୍ତ୍ରୀ ଶ୍ରୀ ସାହୁ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପୋଲସରା ମେଡ଼ିକାଲକୁ ଯାଇ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଭର୍ତ୍ତି କରାଇବା ସହିତ ଆହତ ବ୍ୟକ୍ତିର ସମସ୍ତ ଚିକିତ୍ସା ଅର୍ଥ ବହନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here