ବଡ଼ ଭାଇର ଆକ୍ରମଣରେ ସାନ ଭାଇ ମୃତ୍ୟୁ

0
318

ବୁଗୁଡା : ବଡ଼ ଭାଇର ଆକ୍ରମଣ ରେ ସାନଭାର ମୃତ୍ୟୁବରଣ ହୋଇଥିବା ନେଇ ରବିବାର ଦିନ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ ଠାରୁ ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ବୁଗୁଡା ଥାନା ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମ ପଞ୍ଚାୟତର ଶତୃସୋଲ ଗ୍ରାମର ଅରଖିତ ନାୟକଙ୍କ ସାନ ପୁଅ କାମରାଜ ନାୟକ । ଉକ୍ତ ହତ୍ୟାକାଣ୍ଡ କୁ ନେଇ ମୃତ୍ୟୁ ବରଣ କରିଥିବା କାମରାଜଙ୍କ ସ୍ତ୍ରୀ ଅନୁସୟା ନାୟକଙ୍କ ସୂଚନା ପ୍ରକାରେ ଗତ ଗୁରୁବାର ଦିନ ଏକ ଭୋଜିରେ ଅଭିଯୁକ୍ତ ବଡ଼ ଭାଇ ମନୁ ନାୟକଙ୍କ ଜଣେ ସହଯୋଗୀ ସହ ମୃତ କାମରାଜଙ୍କ ଗଣ୍ଡଗୋଳ ହୋଇଥିଲେ । ଅଭିଯୁକ୍ତ ବଡ଼ ଭାଇ ଓ ମୃତ ସାନ ଭାଇ ଗୋଟିଏ ପରିବାରର ଦୁଇଭାଇ ହୋଇଥିଲେ ମଧ୍ୟ ବଡ଼ ଭାଇ ସାନ ଭାଇକୁ ଜୀବନରେ ମାରିଦେବା ପାଇଁ ଯୋଜନା କରିଥିଲେ । ରବିବାର ସଂନ୍ଧ୍ୟା ୫ ଟା ସମୟରେ ସ୍ତ୍ରୀ ଓ ଦୁଇ ଛୋଟ ପୁଅଙ୍କ ସମ୍ମୁଖରେ ବଡ଼ ଭାଇ ତାର ଏକ ସହଯୋଗୀ ଦ୍ବାରା ସାନ ଭାଇକୁ ଏକ ଧାରୁଆ ଅସ୍ତ୍ରରେ ନୃସଂସ ଭାବେ ହାଣିଥିଲେ। ରକ୍ତ ଜୁଡୁବଡୁ ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପୋଲସରା ମେଡ଼ିକାଲକୁ ଚିକିତ୍ସା ଆଣିଥିଲେ । ହେଲେ ଡାକ୍ତର କାମରାଜ ନାୟକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବୁଗୁଡା ଥାନା ପୋଲିସ ପୋଲସରା ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ରାତ୍ର ସାଢେ ୯ ଟା ପର୍ଯ୍ୟନ୍ତ ବୁଗୁଡା ପୋଲିସ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here