ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଶରୀର ଉଦ୍ଧାର

0
699

ବ୍ରହ୍ମପୁର:୨୫/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଆଜି ସକାଳେ ବଡ଼ବଜାର ଥାନା ଏସ ଆଇ ଶ୍ରୀ ଭାସତ ରଞ୍ଜନ ରଏ କାହ୍ନା ନାୟକ ନାମକ ବ୍ୟକ୍ତିଙ୍କ ଠାରୁ ନିଜ ମାଆଙ୍କର ମୃତ୍ୟୁ ଏତଲା ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।
ପୋଲିସ କାହ୍ନା ରହୁଥିବା ଘରୁ ତାଙ୍କ ମାଆଙ୍କର ଝୁଲନ୍ତା ମୃତ ଶରୀର ଉଦ୍ଧାର କରିଥିଲେ ।ମୃତା ଜଣକ ଶ୍ରୀମତୀ କୁରୀ ନାୟକ(ସ୍ୱାମୀ ସ୍ବର୍ଗତ ନିରଞ୍ଜନ ନାୟକ) ବୟସ ୫୦ ବର୍ଷ ବୋଲି ଜଣାପଡିଥିଲା । ସେ ବଡବଜାର ଥାନା ଅନ୍ତର୍ଗତ କୋଠାରୀ ସାହିର ଶ୍ରୀ ସତ୍ୟ ନାରାୟଣ ସୁବୁଦ୍ଧିଙ୍କ ଘରେ ଭଡାକୁ ରହୁଥିଲେ, ଯେଉଁଠାରେ ଏହି ଅଭାବନୀୟ ଘଟଣା ଘଟିଯାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତାଙ୍କର ଘୋର ଆର୍ଥିକ ଅସୁବିଧା ଥିଲା ଓ ବାହାର ଲୋକଙ୍କୁ କିଛି ରୂଣ ପରିଶୋଧ କରିବା ବାକି ଥିଲା । ତେଣୁ ସେ ମାନସିକ ଚାପରେ ଆକ୍ରାନ୍ତ ହୋଇ ଏପରି କରିଥିବା ଅନୁମାନ କରାଯାଉଛି ।ଘରେ କେହି ନ ଥିବା ସମୟରେ ସେ ଏପରି କରିଛନ୍ତି ।ସ୍ଥାନୀୟ ଲୋକମାନେ ସକାଳୁ ମୃତାଙ୍କ କବାଟ ବନ୍ଦ ଥିବାର ଦେଖି, ଝରକା ପଟେ ଦେଖିବାବେଳକୁ ତାଙ୍କର ମୃତ ଶରୀର ଝୁଲୁଥିବା ଦେଖିଥିଲେ । ଏହାକୁ ଭିତି କରି ବଦବଜାର ଥାନାରେ ଏକ ଅପମୃତ୍ୟୁ ମାମଲା (ପି ଏସ ୟୁ ଡି କେସ ନମ୍ବର ୧୧/୨୦୧୯)ରୁଜୁ କରାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ଏହା ହତ୍ୟା ନା ଆତ୍ମହତ୍ୟା, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାର ସତ୍ୟତା ଜଣା ପଡିବ ବୋଲି ବଡବଜାର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here