ବିଡେକାକୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କଲେ ଭଞ୍ଜନଗର ଉପଜିଲ୍ଲାପାଳ

0
281

ଭଞ୍ଜନଗର : ଗଂଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗ ଘାଟିରେ ଗତ ମେ ୨୫ ତାରିଖରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ଜଣ ମୃତ୍ୟବ୍ୟକ୍ତିଙ୍କୁ ଭଞ୍ଜନଗର ଜଳ ସମ୍ପଦ ସାଂସ୍କୃତିକ ପରିଷଦ (ବିଡେକା) ଦ୍ୱାରା ଭଞ୍ଜନଗରରୁ ପଶ୍ଚିମବଙ୍ଗ ସୁଲତାନପୁର କୁ ସ୍ୱତନ୍ତ୍ର ବ୍ୟବସ୍ଥା କରି ସ୍ଥାନାନ୍ତର କରାଯାଇଥିଲା । ଏହି ଉତ୍କୃଷ୍ଟ ସାମାଜିକ ସେବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ବିଡେକା ଅନୁଷ୍ଠାନ କୁ ମାନପତ୍ର ଦେଇ ଗୁରୁବାର ସମ୍ମାନିତ କରିଛନ୍ତି। ।ଏହି କାର୍ଯ୍ୟକ୍ରମରେ ବିଡେକା ର ସମସ୍ତ ସଦସ୍ୟବୃନ୍ଦ ଏବଂ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ଭଞ୍ଜନଗର ବି.ଡ଼ି.ଓ. ଅନିଲ କୁମାର ସେଠୀ ଙ୍କ ସମେତ ଉପଖଣ୍ଡ ପ୍ରଶାସନର କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here