ତୁମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ-ପୁରୀ ବିଶ୍ୱକର୍ମା,କମ୍ମାର ମନୁ ବଂଶ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ

0
397

ବେଗୁନିଆପଡା(ନ୍ୟୁଜ ଏକ୍ସଟ୍ରା) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ର ତୁମ୍ବେଶ୍ୱର ମନ୍ଦିର ପରିସରରେ ଗଞ୍ଜାମ-ପୁରୀ ବିଶ୍ୱକର୍ମା,କମ୍ମାର ମନୁବଂଶ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ପରିଚାଳନା କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ମହାରଣା ପ୍ରଥମେ ସ୍ୱାଗତ ଜଣେଇବା ସହ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇବା ପାଇଁ ସଭାପତି ଙ୍କୁ ନିମନ୍ତ୍ରଣ କରିଥିଲେ |ସଭାପତି ଶ୍ରୀଯୁକ୍ତ ତ୍ରିପତି ମହାରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଦିବ୍ୟଙ୍ଗତ ମାନଙ୍କ ପାଇଁ ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |ପରେ ସମସ୍ତ ଆଗନ୍ତୁକ ଅତିଥି ମାନଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଆଞ୍ଚଳିକ ମୁଠା ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା |ଉକ୍ତ ବୈଠକରେ ବଂଶର ପଞ୍ଜିକରଣ, ଆଞ୍ଚଳିକ ସ୍ଥିତି ଓ ଅଗାମୀ ବୈଠକ ସକାଶେ ସ୍ଥାନ ଏବଂ ତାରିଖ ନିର୍ଧାରଣ କରାଯାଇଥିଲା |
ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶ୍ରୀ ରାଧାଶ୍ୟାମ ମହାରଣା,ଉପସଭାପତି ଶ୍ରୀ ସୁଦାମ ମହାରଣା, ସମ୍ପାଦକ ଶ୍ରୀ ରମାକାନ୍ତ ମହାରଣା,ସଂଗଠନ ସମ୍ପାଦକ ସନ୍ତୋଷ ମହାରଣା,ଦିବାକର ମହାରଣା,ପ୍ରଦୀପ ମହାରଣା, ସଞ୍ଜୟ ମହାରଣା, ବୃନ୍ଦାବନ ମହାରଣା, ନୀଳାଞ୍ଚଳ ମହାରଣା,ନୃସିଂହ ମହାରଣା,ପିତାମ୍ବର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ |

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here