ଧାନଫସଲରେ ଘାଇ ପାଣି ଭର୍ତ୍ତିକୁ ନେଇ ଚାଷୀ ଅସନ୍ତୋଷ

0
368

ଜଗନ୍ନାଥପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଳକ ପାଟରାପଲ୍ଲି ଗାଁରେ ପାଣି ବଢାଇଛି ଚାଷୀ ଙ୍କ ଦୁଖ ।ଧାନଫସଲରେ ଧାନ ପାଚି ରହିଛି । ଦିନେ ଦୁଇ ଦିନ ପରେ ଚାଷୀ ଧାନ କାଟିବ କିଛି କ୍ଷେତରେ ଧାନ କଟା ସରି ନିହଣ ପଡିଛି । ଏଭଳି ପରିସ୍ଥିତି ରେ ହଠାତ ହଜପଲ୍ଲୀ ଦୁଧିଆଝରଣା ଘାଇର ଜଳ କେନାଲରେ ଆସି ରାତି ମଧ୍ୟରେ ଶତାଧିକ ଏକର ଜମିରେ ପାଣି ମାଡି ରହିଛି । ଜମିରେ ଆଣ୍ଠୁଏଆଣ୍ଠୁଏ ପାଣି ଜମିରହିଛି ଯାହା ଫଳରେ ଚାଷୀ ଙ୍କୁ ଖୁବ କ୍ଷତି ସହିବାକୁ ପଡିଛି । ତେବେ କିଏ ଛାଡିଲା ଘାଇର ପାଣି । ଏହାକୁ ନେଇ ଚାଷୀ ତାତିଛନ୍ତି । ପାଟରାପଲ୍ଲି ଗାଁର ଅନେକ ଚାଷୀ ଆଜି ସେହି ଘାଇଠାରେ ପହଞ୍ଚି ଏକ ସାଧାରଣ ବୈଠକ କରି । ଏହାର ସମାଧାନ ଓ ଦୋଷୀ କୁ ପୁଲିସରେ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଘାଇର ପାଣିକୁ କିଏ ଇର୍ଷା ହୋଇ ଏଭଳି କରିଥିବା ଚାଷୀ ମାନେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here