ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ୫ଜଣ କୋର୍ଟ ଚାଲାଣ

0
298

କୁକୁଡାଖଣ୍ଡି : ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ସୋମବାର ମଧ୍ୟରାତ୍ରରେ ପୂର୍ବତନ ସରପଞ୍ଚ ମନୋଜ ସେଠି ଓ ତାଙ୍କ ଦୁଇ ସହଯୋଗୀଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ ଘଟଣାରେ ସଦର ପୋଲିସ ଥାନାରେ କେସ୍ ନଂ ୨୩୬/୨୨ରେ ଏକ ମାମଲା ରୁଜୁ କରି ୫ଜଣ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ଠାରୁ ସୂଚନା ମିଳିଛି । ଗିରଫ ବ୍ୟକ୍ତିମାନେ ହେଲେ ଜି. ପ୍ରକାଶ (୨୨), ଜି. ପ୍ରଦୀପ (୨୦), ମନୋଜ ସାହୁ (୨୪), ବଳରାମ ଗୌଡ଼ (୨୦), କେ. ଭଗବାନ (୨୯) ଗିରଫ ସମସ୍ତ ବର୍ତମାନର ସରପଞ୍ଚ କେ. ବୁଲୁଙ୍କ ସମର୍ଥକ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତ ପ୍ରତାପକୃଷ୍ଣଚନ୍ଦ୍ରପୁର ଗ୍ରାମର ବୋଲି ଜଣାପଡିଛି ।ଗ୍ରାମରେ ଶୀତଳଷଷ୍ଠି ଯାତ୍ରପରେ ଏକ ଅପେରାର ଆୟୋଜନ ହୋଇଥିଲା ସେଥିରେ ବର୍ତମାନର ସରପଞ୍ଚ ତାହା ଉଦଘାଟନ କରିଥିଲେ । ତେବେ ଉଦଘାଟନ ଅବସରରେ ବର୍ତ୍ତମାନ ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କୁ ନଡାକିବାକୁ ନେଇ ବସଚା ହୋଇଥିଲା ।ଅନ୍ୟପକ୍ଷେ ଗିରଫ ବ୍ୟକ୍ତି ମାନେ ମଧ୍ୟ ସରପଞ୍ଚଙ୍କ ସହ ବଚସା ନେଇ ପାଟିତୁଣ୍ଡ ହୋଇଥିଲା ।ପରେ ମଧ୍ୟ ରାତ୍ର ୧.୩୦ ସମୟରେ ମନୋଜ ସେଠି,ଶଙ୍କର ଜେନା ଦୁର୍ଗାପ୍ରସାଦ ପ୍ରଧାନ ଶୌଚନିମନ୍ତେ ନିକଟସ୍ଥ ଏକ ପୋଖରୀକୁ ଯାଇଥିବା ବେଳେ ଗିରଫ ବ୍ୟକ୍ତି ମାନେ ଏକତ୍ରିତ ହୋଇ ତିନିଜଣଙ୍କୁ ଆକ୍ରମଣ କରିଥିଲେ ।ଆହତଙ୍କ ଚିତ୍କାର ଶୁଣି ଗ୍ରାମବାସି ଆସିଯିବାରୁ ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେବା ସହ ଦୁଇଟି ବାଇକ ଛାଡି ପଳାଇଥିଲେ ।ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ପରେ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟ ଦୁଇ ଆହତ ବ୍ରହ୍ମପୁର ଏମକେସିଜି ରେ ଚିକିଶ୍ଚିତ ହେଉଛନ୍ତି ।ଆହତ ମନୋଜଙ୍କ ଭାଇ ହେମନ୍ତ ସେଠିଙ୍କ ଏତଲା କ୍ରମେ ପୋଲିସ ତଦନ୍ତ କରିଥିଲା ।ସରପଞ୍ଚଙ୍କ ସମ୍ପୃକ୍ତି ନେଇ ପୋଲିସ କୌଣସି ସ୍ଵଷ୍ଟ ସୂଚନା ଦେଇନଥିବା ବେଳେ ଗିରଫ ମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, କାତି ଓ ୩ଟି କାଠଫାଳିଆ ଜବତ କରିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here