ମସିହାଖାଲି ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କ ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଗୁରୁତର

0
286

Lକୁକୁଡାଖଣ୍ଡି : ସଦର ଥାନା ଅନ୍ତର୍ଗତ ମସିହାଖାଲି ଗ୍ରାମରେ ଶୀତଳଷଷ୍ଠି ଯାତ୍ରା ଚାଲିଥିବା ବେଳେ ମସିହାଖାଲିର ପୂର୍ବତନ ସରପଞ୍ଚ ମନୋଜ ସେଠିଙ୍କୁ ବର୍ତ୍ତମାନର ସରପଞ୍ଚ ଓ ତାର କିଛି ସହଯୋଗୀ ମିଳିତ ଭାବେ ମାରଣାନ୍ତକ ଆକ୍ରମଣ କରିଥିବା ନେଇ ସଦରଥାନାରେ ଅଭିଯୋଗ କରିଛନ୍ତି ଆହତ ମନୋଜଙ୍କ ବଡ଼ ଭାଇ ହେମନ୍ତ ସେଠି । ଅଭିଯୋଗ ପ୍ରକାରେ ଜାଣିବାକୁ ମିଳିଛି ଯେ,ଗତକାଲି ସୋମବାର ରାତ୍ର ୧.୩୦ ସମୟରେ ମସିହାଖାଲିର ପୂର୍ବତନ ସରପଞ୍ଚ ମନୋଜ ସେଠି,ଶଙ୍କର ଜେନା, ଦୁର୍ଗାପ୍ରସାଦ ପ୍ରଧାନ ଏହି ତିନିଜଣ ମିଶି ନିକଟସ୍ଥ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବର୍ତମାନର ସରପଞ୍ଚ କେ.ବୁଲୁ ଓ ତାର ସହଯୋଗୀ ୧୦ରୁ ଉର୍ଦ୍ଧ୍ବ ଆକ୍ରମଣକାରି ଏକତ୍ରିତ ହୋଇ ତିନିଜଣଙ୍କୁ ଆକ୍ରମଣ କରିଥିଲେ ।ଆକ୍ରମଣକାରୀଙ୍କ ଖଣ୍ଡା ଚୋଟରେ ଆହତଙ୍କ ଚିତ୍କାର ଶୁଣି ଗ୍ରାମବାସି ଘଟଣା ସ୍ଥଳକୁ ଆସିଯିବାରୁ ଆକ୍ରମଣକାରୀ ମାନେ ଛତ୍ରଭଙ୍ଗ ହେବା ସହ ଘଟଣା ସ୍ଥଳରେ ଓଡ଼ି-୦୭-୮୨୫୯,ଏବଂ ଓଡ଼ି-୦୭ଜି-୨୨୫୬ ଏହି ଦୁଇଟି ବାଇକ ସହ ସରପଞ୍ଚଙ୍ର ୟୁନିକର୍ଣ୍ଣ-୧୫୦ ଛାଡି ପଳାଇଥିଲେ ।ଶୀତଳଷଷ୍ଠୀ ଯାତ୍ରା ସମୟରେ ପୂର୍ବତନ ସରପଞ୍ଚ ଓ ବର୍ତମାନ ସରପଞ୍ଚଙ୍କ ମଧ୍ୟରେ ବଚସା ହୋଇଥିଲା ।ପରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ପରେ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିଲା ।ଅନ୍ୟ ଦୁଇ ଆହତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।ପୂର୍ବରୁ ଏହି ପଞ୍ଚାୟତରେ ବିଜୟି ସରପଞ୍ଚ ଗୋଷ୍ଠୀ ଓ ପରାଜିତ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ଛକାପଞ୍ଚା ରହୁଥିଲା ।ଗୁରୁତର ଆହତ ମନୋଜଙ୍କ ଭାଇ ଥାନାରେ ଦେଇଥିବା ଏତଲାରେ ଦର୍ଶାଯାଇଥିବା ସମସ୍ତ ଆକ୍ରମଣକାରୀ ସଦର ଥାନା ଅନ୍ତର୍ଗତ ପ୍ରତାପକୃଷ୍ଣଚନ୍ଦ୍ରପୁର ଗ୍ରାମର ବର୍ତ୍ତମାନର ସରପଞ୍ଚ କାପଲ ବୁଲୁ, ଜି. ପ୍ରକାଶ, ଜି. ପ୍ରଦୀପ, ମନୋଜ ସାହୁ, କାଳିଆ ଗୌଡ଼, ବଳିଆ ଗୌଡ଼, କାଳିଆ ସାହୁ ଓ କାପଲ ଭଗବାନ ବୋଲି ଜାଣିବାକୁ ମିଳିଛି ।ତେବେ ଏହି ଘଟଣାରେ ଜଡ଼ିତ ଥିବା ଆଉ କିଛି ଅଭିଯୁକ୍ତ ମୁହଁରେ ମୁଖା ପିନ୍ଧିଥିବାରୁ ଜାଣିପାରିନଥିଲେ ବୋଲି ଏତଲାକ୍ରମେ ଜାଣିବାକୁ ମିଳିଛି ।ଏହି ଅଭିଯୋଗ ପରେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଥାନାରେ କେସ ନଂ ୨୩୬/୨୨ ରେ ଏକ ମାମଲା ରୁଜୁ କରି ୪ଜଣକୁ ଅଟକ ରଖି ତଦନ୍ତ କରୁଥିବା ଥାନାଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ତେବେ ଏହି ଘଟଣା ପରେ ଅଧାରୁ ଅପେରା ବନ୍ଦ କରିଦିଆଯାଇଥିବା ବେଳେ ଗ୍ରାମବାସୀ ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି ।ବର୍ତ୍ତମାନ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିର୍ବାଚନି ପରବର୍ତୀ ରାଜନୈତିକ ହିଂସାକାଣ୍ଡ ଘଟି ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡିବାରେ ଲାଗିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here