ସୁମଣ୍ଡଳ ଠାରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
254

ବେଗୁନିଆପଡା : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଇକୋସ୍ ଚକ୍ଷୁ ଚିକିତ୍ସାଳୟ ବ୍ରହ୍ମପୁର ଏବଂ ସୁମଣ୍ଡଳ ଗ୍ରାମପଞ୍ଚାୟତ ର ମିଳିତ ସହଯୋଗରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶିବ ଶଙ୍କର ବାରିକ, ସମିତିସଭ୍ଯ ସନ୍ତୋଷ କୁମାର ସାହୁ, ପି ଇ ଓ ସୁରେନ୍ଦ୍ର ସେଠୀ ଯୋଗଦେଇଥିବା ବେଳେ କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ, ଚକ୍ଷୁ ଟେକ୍ନିସିଆନ୍ ହରିଶ୍ ଚନ୍ଦ୍ର ସାହୁ, କିରନ୍ କୁମାର, ଜଗନ୍ନାଥ ପ୍ରଧାନ, ହସ୍ପିଟାଲ କର୍ମଚାରୀ ନରେଶ ପଣ୍ଡା ପ୍ରମୂଖ ଯୋଗଦେଇ ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ୫୮ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୩୨ ଜଣଙ୍କୁ ଅପରେସନ ପାଇଁ ନିଆ ଯାଇଥିଲା । ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ସମେତ ଓ ଏଲ୍ ଏମ୍ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here