୨୦୩ କେଜି ୫୬୦ ଗ୍ରାମ ଗଞ୍ଜେଇ ଜବତ ୩ ଗିରଫ

0
437

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ୍ କୁ ମିଳିଛି ପୁଣି ଏକ ବଡ଼ ସଫଳତା। ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢୁଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ଜାରି କରାଯାଉଛି। ଗତକାଲି ସନ୍ଧ୍ୟାରେ ଚିତ୍ରକୋଣ୍ଡା ଥାନା ଏସ ଆଇ ଏନ ସି ଏଚ ବିଶ୍ୱାସ ଙ୍କ ନେତୃତ୍ୱରେ ଏକ ଟିମ ଚିତ୍ରକୋଣ୍ଡା ଟନେଲ କ୍ୟାମ୍ପ ଓ ଡାଇକ-୧ ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଅଟୋ କୁ ଯାଞ୍ଚ କରୁଥିବା ବେଳେ ସେଥିରେ ସାତୋଟି ବସ୍ତାରେ ଗଂଜେଇ ଥିବା ଜଣାପଡିଥିଲା।ଯାହାର ଓଜନ ୨୦୩ କିଲୋ ୫୬୦ ଗ୍ରାମ ଥିବା ଜଣାପଡିଥିଲା। ପୋଲିସ ଉକ୍ତ ଅଟୋ ନଂ OR24 B 4098 କୁ ଜବତ କରି ଡ୍ରାଇଭର ସହ ତିନି ଜଣଙ୍କୁ ଗିରଫ କରିଛି ଓ ଗୋଟିଏ ଟିଭି ଏସ ଆପାଚି ମୋଟର ସାଇକେଲ, ଦୁଇଟି ମୋବାଇଲ,ନଗଦ ୬୦୦ ଟଙ୍କା ଜବତ କରିଛି। ଆସାମୀ ମାନେ ହେଲେ ମଙ୍ଗଳା ମୁଦୁଲି,ସିତରାମ ଖିଲ, ଓ ଟୁଡୁ ଖିଲ। ଏହିମାନେ ସବୁ ଚିତ୍ରକୋଣ୍ଡା ଅଞ୍ଚଳ ବଦପଦର ପଞ୍ଚାୟତ ଅଂଚଳର ବୋଲି ସୂଚନା ମିଳିଛି। ଏଥିରେ ସମ୍ପୃକ୍ତ ତିନି ଆସାମୀ ଓ ଉଦ୍ଧାର ହୋଇଥିବା ଗଞ୍ଜେଇ ,ମୋବାଇଲ ଓ ଗାଡିକୁ ଜବତ କରି ଚିତ୍ରକୋଣ୍ଡା ଥାନା କେଶ ନଂ ଧାରା ୨୦, ତା ୦୭/୧୦/୨୧ (B)(ii)(c)27-A/29 NDPS Act ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲି ପକ୍ଷରୁ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here