ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ ,୨୪ କ୍ୟୁଣ୍ଟାଲ ମହୁଲ ଜବତ ଓ ୩ ଗିରଫ

0
269

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଆନୁକୁଲ୍ୟରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ଉ ରେ ବ୍ୟାପକ ପରିମାଣର ମହୁଲ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।ଏହି ମିଳିତ ଅବକାରୀ ଚଢ଼ାଉ  ତଥା ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହ ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ମିର୍ଦ୍ଦେଶ କ୍ରମେ ହୋଇଥିଲା ।ଅବକାରୀ ବିଭାଗୀୟ କର୍ମକର୍ତ୍ତା ସମେତ ସେରଙ୍ଗ ଥାନା ପୋଲିସ ବିଭାଗ ର ମିଳିତ ଆନୁକୁଲ୍ୟରେ ସେରଙ୍ଗ ଥାନା ଅଧିନରେ ଥିବା ଖଜୁରୀପଦା , ବଡ଼ପଦା ଏବଂ ସେରଙ୍ଗ ଇତ୍ୟାଦି ଗ୍ରାମରେ ଅବକାରୀ ଚଢ଼ାଉ କରାଯାଇଥିବା ବେଳେ ସେଠାରେ ୨୪ କ୍ୟୁଣ୍ଟାଲ ମହୁଲ ଫୁଲ ଜବତ କରାଯିବା ସହ ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଏହି ମିଳିତ ଚଢ଼ାଉ କରା ଯାଇଥିଲା ।ଏହି ମିଳିତ ଅବକାରୀ ଚଢ଼ାଉରେ ଅବକାରୀ ନିରୀକ୍ଷକ ଶ୍ରୀ ବାଳକୃଷ୍ଣ ପରିଡା ଓ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ , ଅବକାରୀ ସହ ଉପ ନିରୀକ୍ଷକ ଶ୍ରୀ ବିଙ୍ଗରାଜ ଜାମୀ , ଶ୍ରୀ କିଶୋର ଚନ୍ଦ୍ର ରଥ , ଶ୍ରୀ କାହୁ ଚରଣ ବଡ ଦଳେଇ , ଶ୍ରୀ ମୁଜି ଶବର ଓ ଅବକାରୀ ବିଭାଗିୟ ଅନ୍ୟାନ୍ୟ  କର୍ମଚାରୀ ଏବଂ ସେରଙ୍ଗ ଥାନା ଅଧିକାରୀ ଙ୍କ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ ।ଗିରଫ ୩ ଜଣ ଅଭିଯୁକ୍ତ ହେଲେ ପ୍ରକାଶ ପାଇକ , ପାଣୁ କୁମାର ପୃଷ୍ଟି ଏବଂ ନରେନ୍ଦ୍ର ବେହେରା । ଏମାନଙ୍କୁ  କୋର୍ଟ ଚାଲାଣ କରାଯାଇଥିବା ବିଷୟରେ ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here