କୋଦଳା ଓ ବେଗୁନିଆପଡାରେ ସାଧାରଣତନ୍ତ୍ର ଦିବସ ପାଳିତ

0
439

କୋଦଳା(ଭଞ୍ଜ କିଶୋର ମହାରଣା) ଚଳିତ ବର୍ଷ କୋଦଳା ଓ ବେଗୁନିଆପଡାର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ନିୟମନୁଯାୟୀ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ସକାଳ ୭:୩୦ ମିନଟରେ କୋଦଳା ତହସିଲ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋର୍ଟ ନିକଟରେ ଜିଲ୍ଲା ଜର୍ଜ ମୁନ୍ ରାଣୀ ମିଶ୍ର,କୋଦଳା ଗୋଷ୍ଠୀ କେନ୍ଦ୍ର ଠାରେ ଡକ୍ଟର ସୁଜିତ କୁମାର ବେହେରା ,ବ୍ଲକ ଠାରେ ଦେବବର ପ୍ରଧାନ,ବେଗୁନିଆପଡା ଫାଣ୍ଡି ଓ କୋଦଳାଠାରେ ଆଇଆଇସି ଙ୍କ ସମେତ ଫାଣ୍ଡି ଅଧିକାରୀ ଦୀପ୍ତିରଂଜନ ବେହେରା ଓ ଏସଆଇ ଅନିଲ କୁମାର ସାହୁ ଆଦି ଯୋଗଦେଇ ପତାକା ଉତ୍ତଳୋନ କରିଛନ୍ତି।ବିଭିନ୍ନ ସରକାରୀ ସ୍ଥାନ ବ୍ୟତୀତ ବେସରକାରୀ ସ୍ଥାନ ,ଯୁବକ ସଙ୍ଘ ଏବଂ ସ୍କୁଲ ଓ କଲେଜ ମାନଙ୍କରେ ମଧ୍ୟ ସକାଳୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆସି ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ଦେଇଥିଲେ।

LEAVE A REPLY

Please enter your comment!
Please enter your name here