ଦ୍ୱିତୀୟ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା – ଆଲୋଚନା କଲେ ଏମକେସିଜି ମେଡିକାଲର ଅଧ୍ୟକ୍ଷ

0
232

ବ୍ରହ୍ମପୁର: ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲର ପ୍ରମୁଖ ସମସ୍ୟାକୁ ନେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି । ଏମ୍.କେ.ସି.ଜି ମେଡିକାଲରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଏହି ପ୍ରମୁଖ ସମସ୍ୟାର ସମାଧାନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଗଣଧାରଣାକୁ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନଙ୍କ ସମର୍ଥନ ଜଣାଇବା ସହ ଧାରଣାରେ ସାମିଲ ହୋଇଥିବା ଦେଖାଯାଇଛି । ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣାର ଦ୍ୱିତୀୟ ଦିନରେ ଆନ୍ଦୋଳନ ସ୍ଥଳକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ଦାବୀ କୁ ନେଇ ଆଲୋଚନା କରିଛନ୍ତି ଏମ୍.କେ.ସି.ଜି ମେଡିକାଲର ଅଧ୍ୟକ୍ଷ ପ୍ରଫେସର ଅବନୀକାନ୍ତ ମିଶ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଡାକ୍ତର ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ଅନିଚ୍ଛାକୃତ ଭାବରେ କେବଳ ଏମ୍.କେ.ସି.ଜି ରେ ନୁହେଁ ସମସ୍ତ ସ୍ଥାନରୁ ଡାକ୍ତରଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଦାବୀ ଯଥାର୍ଥ ରହିଥିବା ବେଳେ ଏହାର ସମାଧାନ କରିବା ପାଇଁ ମେଡିକାଲ ପକ୍ଷରୁ ଉଦ୍ୟମ କରାଯାଉଥିବା କହିଛନ୍ତି । ଏପରିକି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ପାଇଁ ରାଜ୍ୟରେ ପ୍ରଥମ ମେଡିକାଲ କଲେଜ ଭାବରେ ଏମକେସିଜି ରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଏହାକୁ କଡାକଡୀ କରାଯାଇଛି । ସେହିପରି ବର୍ଣ୍ଣ କେୟାର ୟୁନିଟ ଖୋଲାଯିବା ସହ ଟ୍ରୋମା କେୟାର ସେଣ୍ଟର ସଂପର୍କରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ସରକାର ସମସ୍ତ ବିଷୟ ଉପରେ ନଜର ରଖିଥିବା ବେଳେ ଏହି ସମସ୍ତ ସମସ୍ୟାର କିପରି ସମାଧାନ ହେବ ସେ ନେଇ ନିଜର ପ୍ରଚେଷ୍ଟା ଜାରି ରଖିଥିବା କହିଛନ୍ତି ଡିନ ପ୍ରଫେସର ମିଶ୍ର । ଆଜିର ଏହି ଶାନ୍ତିପୂର୍ଣ୍ଣ ଗଣଧାରଣାରେ ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଭିନ୍ନ ସାମଜିକ ଓ ବୁଦ୍ଧିଜୀବୀ ଅନୁଷ୍ଠାନର କର୍ମକର୍ତ୍ତା , ଆଇନଜୀବି ମାନେ ଉପସ୍ଥିତ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here