ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ସାକ୍ଷାତକରି ସମସ୍ୟା ସଂପର୍କରେ ଆଲୋଚନା

0
237

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲର ସମସ୍ୟାକୁ ନେଇ ସାମ୍ବାଦିକ ମାନଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣାର ଦ୍ୱିତୀୟ ଦିନରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଗଣମାଧ୍ୟମ ପ୍ରତିନିଧି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ତଥା ଏମକେସିଜି ସ୍ୱାସ୍ଥ୍ୟ ବିକାଶ ସମିତିର ଅଧକ୍ଷ ଟି ଆଓଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଏହି ପ୍ରମୁଖ ଚାରୋଟି ସମସ୍ୟା କିପରି ସମାଧାନ ହେବ ସେ ନେଇ ଆଲୋଚନା କରିଥିଲେ । ଡାକ୍ତର ନିଯୁକ୍ତି ସହିତ କାଜୁଆଲଟିରେ ବରିଷ୍ଟ ଡାକ୍ତରଙ୍କ ନିଯୁକ୍ତି କରିବା ଏବଂ ବର୍ଣ୍ଣ କେୟାର ୟୁନିଟ ଖୋଲିବା ଏବଂ ଟ୍ରମା କେୟାର ୟୁନିଟକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ କରିଥିଲେ । ସେହିପରି ଏହି ସବୁ ସମସ୍ୟା ର ଖୁବଶୀଘ୍ର ସମାଧାନ ହେବ ବୋଲି ଆଲୋଚନା ସମୟରେ ପ୍ରତିଶ୍ରୁତି ଦେଇଥିଲେ ଆରଡିସି ।

LEAVE A REPLY

Please enter your comment!
Please enter your name here