ଏସ୍. ଛଚିନା ଠାରେ ବସ୍ ଦୁର୍ଘଟଣା, ବହୁ ସଂଖ୍ୟାରେ ଯାତ୍ରୀ ଆହତ

0
230

ବ୍ରହ୍ମପୁର : ଆଜି ସକାଳୁ ପୋଲସରା ଅଭିମୁଖେ ଯାଉଥିବା ପୂଜା ନାମକ ଏକ ଘରୋଇ ବସ ଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚାନୁଯାୟୀ OD02N8402 ନମ୍ବର ପୂଜା ନାମକ ଘରୋଇ ବସଟି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଏସ. ଛଚିନା ନିକଟରେ ଏକ ଗଛକୁ ସମ୍ମୁଖ ପଟରୁ ପିଟି ଦେବା ଫଳରେ 15 ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ସମସ୍ତ ଯାତ୍ରୀ ଙ୍କୁ 108 ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here