ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସୋପା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
249

ଵ୍ରହ୍ମପୁର:ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସୋପା ର କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମା ନଗର କାର୍ଯ୍ୟାଳୟ ଠାରେ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ସଂଯୋଜକ ନାଗେଶ୍ଵର ପୃଷ୍ଟି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରାସାଦ ପଣ୍ଡା ଫାର୍ମାସିଷ୍ଟଙ୍କ ବିଭିନ୍ନ ସମସ୍ୟା ଓ ସଂଘର କାର୍ଯ୍ୟପନ୍ଥା ନେଇ ଆଲୋକପାତ କରିଥିଲେ l ଏଠାରେ ଆଗାମୀ ସାଧାରଣ ଅଧିବେଶନ ଆୟୋଜନ ନେଇ ଆଲୋଚନା ହୋଇଥିଲା l ଗ୍ରାମାଞ୍ଚଳରେ ଡକ୍ଟରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟମାନେ ହିଁ ସେବା ଯୋଗାଇଥାନ୍ତି ଏଣୁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସଭାପତି ବିଜୟ କୁମାର ସ୍ୱାଇଁ କହିବା ସହ ସଂଘର ନ୍ୟାଯ୍ୟ ଦାବି ପୂରଣ କରିବାକୁ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ପତି, କିରଣ ପାଣିଗ୍ରାହୀ, ଭି ଚନ୍ଦ୍ରଶେଖର, ୟୁ ଗୋବିନ୍ଦା, ଦେବାଶିଷ ପଣ୍ଡା, ଲବିନ ପାତ୍ର, କୃଷ୍ଣ ଚନ୍ଦ୍ର ପଣ୍ଡା, କେଦାରନାଥ ଜେନା, ସମୀର ନାୟକ, କାଂହ୍l ପାତ୍ର ପ୍ରମୁଖଙ୍କ ସମେତ ସଂଘର ବାହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here