ଚକ୍ଷୁ ଚିକିତ୍ସା ଶିବିର

0
260

ବ୍ରହ୍ମପୁର: ଚକ୍ଷୁ ମନୁଷ୍ଯର ଅଙ୍ଗ ମଧ୍ଯରୁ ସବୁଠାରୁ ଶ୍ରେଷ୍ଠ ଓ ଅମୁଲ୍ୟ। ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ୱାର୍ଡ ନମ୍ବର 02 ଅନ୍ତର୍ଗତ ବିଶ୍ୱକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ,ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଓ୍ବାର୍ଡ ନଂ 2 କୋରପରେଟର ଏନ ଆପ୍ପାରାଓ ଓ ବହୁ ମାନ୍ୟଗନ୍ୟା ବ୍ଯକ୍ତିଙ୍କ ସମେତ ବିଶ୍ବକର୍ମା ମନ୍ଦିର ଉନ୍ନୟନ କମିଟିର ସଭାପତି ଓ କମିଟିର ବହୁ ସଂଖ୍ୟକ ସଦସ୍ଯ ଓ ମହାନଗର ବି ଜେ ଡି ଯୁବ ସଭାପତି ଅଜିତ କୁମାର ପଣ୍ଡା,ଯୁବ ଆଇନଜୀବୀ ଅସିତ କୁମାର ସାବତ, ବାବୁଲା ଦାଶ,ପିଙ୍କୁ ସାବତ, ଭଗବାନ ସାହୁ,ଅନିଲ କୁମାର ଚୌଧୁରୀ ପ୍ରକାଶ ମହାରଣା ଏବଂ ମାସ୍କୋ ଓ କାର୍ଡର ସଭାପତି ଡାକ୍ତର ରାମ କୃଷ୍ଣ ସାହୁ ଓ ଅନ୍ଯାନ୍ଯ ଅଞ୍ଚଳ ବାସିନ୍ଦାଙ୍କ ସହଯୋଗ ଓ ସହାୟତାରେ 72 ଜଣ ରୋଗୀ ନିଜ ନିଜର ଚକ୍ଷୁ ପରୀକ୍ଷା କରିଥିଲେ, ସେଥିମଧ୍ୟରୁ 35 ଜଣଙ୍କୁ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ,ସମୋରଝଳ କୁ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here