ବୁଦ୍ଧ ପ୍ରତିମା ର ପୁନରୁଦ୍ଧାର କରାଯାଉ :ପୂଜ୍ୟ ପୂଜା ସମିତି

0
233

ବ୍ରହ୍ମପୁର: ସ୍ଥାନୀୟ ବିଜିପୁର ଟ୍ୟାଙ୍କ ରୋଡ ପାର୍ଶ୍ୱରେ ଥିବା ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତିକୁ ପୁନରୁଦ୍ଧାର ପାଇଁ ଦାବି କରିଛି ସ୍ଥାନୀୟ ସାଂସ୍କୃତିକ ସଂଗଠନ *ପୂଜ୍ୟ ପୂଜା ସମିତି* l ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷରୁ ବିଜିପୁର ପୋଖରୀ ପାର୍ଶ୍ଵ ରାସ୍ତାରେ ବହୁ ଅପରିଷ୍କାର ପରିବେଶ ମଧ୍ୟରେ ଏହି ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତିଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା l ସ୍ଥାନୀୟ କିଛି ସ୍ବେଛାସେବୀଙ୍କ ଦୃଷ୍ଟିରେ ଆସିବାରୁ ପ୍ରତିମୂର୍ତ୍ତି ଚତୁପାର୍ଶ୍ଵ ସଫା ସୁତରା କରାଯାଇଛି, ହେଲେ ଏହାର ସ୍ଥାୟୀ ସମାଧାନ ସ୍ୱରୂପ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଓ ଉକ୍ତ ସଂଲଗ୍ନ ଅଞ୍ଚଳକୁ ପୁନରୁଦ୍ଧlର କରି ସ୍ଥାୟୀ ଉନ୍ନୟନ ପଦକ୍ଷେପ ଗ୍ରହଣ କରାଯିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ଶାଖା ବିଭାଗ ପୂଜ୍ୟ ପୂଜା ସମିତି ଆଜି ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କୁ ଅନୁରୋଧ କରିଛି l ଆସନ୍ତା 16ତାରିଖ ବୁଦ୍ଧ ଜୟନ୍ତିରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାକୁ ପୂଜ୍ୟ ପୂଜା ସମିତି ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ସମିତି ସଭାପତି ବଂଶୀଧର ଭୂୟାଁ ଙ୍କ ନେତୃତ୍ୱରେ ଅଭିନୟ ଜଗତର ରବୀନ୍ଦ୍ର କୁମାର ନାୟକ, ସମାଜସେବୀ ହୃଷିକେଶ ପାତ୍ର, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗଗନ ଚନ୍ଦ୍ର ମଲ୍ଲିଜ, ଏସ. ସlମ୍ବଶିବା ରାଓ, ଅବନୀ ଗୟା ପ୍ରମୁଖ ଆଜି କମିଶନର ଡ଼ଃ.ଶୀଧେଶ୍ୱର ବଳରାମ ବନ୍ଦlର ଙ୍କ ସହ ଆଲୋଚନା କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି l

LEAVE A REPLY

Please enter your comment!
Please enter your name here