ବିଧାୟକଙ୍କ ଦ୍ବାରା ୧୩ ନଂ ୱାର୍ଡରେ ବୃକ୍ଷ ରୋପଣ

0
248

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଓ୍ବାର୍ଡ ନମ୍ବର ୧୩ର କାଦପଡା ରୋଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜୁନ ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ । ବୃକ୍ଷ ରୋପଣ ଦ୍ବାରା ଅଞ୍ଚଳରେ ଅମ୍ଳଜାନ ସ୍ତର ବଢିବା ସହ ଉତ୍ତାପ ମଧ୍ୟ ନିୟନ୍ତ୍ରଣ ହୋଇପାରିବ । ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଧାୟକ ଶ୍ରୀସାହୁ ପ୍ରକାଶ କରିବା ସହିତ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ନିବେଦନ କରିଥିଲେ । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପରିଷଦ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ରୋସନ ପ୍ରଧାନ, ନୋଡ଼ାଲ ଅଫିସର କାଳୁଚରଣ ରଥ, ରାଜେନ୍ଦ୍ର ପ୍ରଧାନ, ସାଂସଦ ପ୍ରତିନିଧି ଚିତ୍ରସେନ ପ୍ରଧାନ, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ ଓ ଧୋବା ସ୍ବାଇଁ, ଦିଲେଶ୍ବର ପାତ୍ର, ୧୩ ନମ୍ବର ଓ୍ବାଡର ସ୍ବଛ ସାଥି ଓ ମହିଳା ସ୍ବଂୟମ ସହାୟିକା ଗୋଷ୍ଠୀ ସହିତ ଅନ୍ୟ ସଦସ୍ୟ ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here